ଗୋଟିଏ ମଂଚରେ ମୋଦି ଓ ମମତା : ପ୍ରଧାନମନ୍ତ୍ରୀଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ ଜଣାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

62

କନକ ବ୍ୟୁରୋ: ଗୋଟିଏ ମଂଚରେ ମୋଦି ଓ ମମତା । ରାଜନୈତିକ ମୈଦନାରେ ପରସ୍ପର ବିରୋଧୀ ଭାବରେ ଜଣାଶୁଣା ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଜି ଏକ ଭିନ୍ନ ଢଙ୍ଗରେ ନଜର ଆସିଛନ୍ତି । ମମତା ଖୋଦ୍ ପ୍ରଧାନମନ୍ତ୍ରୀଙ୍କୁ ଫୁଲତୋଡ଼ା ଏବଂ ଉତରୀୟ ଦେଇ ସ୍ୱାଗତ କରୁଥିବା ବେଳେ ମୋଦି ହାତ ଦେଖାଇ ବାଟ କଢ଼ାଇ ଦେଉଥିବାରୁ ଚିତ୍ର ସାମ୍ନାକୁ ଆସିଛି । ବିଭିନ୍ନ ଜାତୀୟ ଗଣମାଧ୍ୟମଠୁ ଆରମ୍ଭ ସୋସିଆଲ ମିଡ଼ିଆରେ ବର୍ତମାନ ଏହି ଖବରକୁ ନେଇ ବେଶ ଚର୍ଚ୍ଚା ଜୋର ଧରିଛି ।

ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଶାନ୍ତିନିକେତରେ ପହଁଚିବା ପରେ ପ୍ରଥମେ ରାଜ୍ୟପାଳ କେଶରୀନାଥ ତ୍ରିପାଠି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗ ଜଣାଇଥିଲେ ।ତେବେ ହେଲିପ୍ୟାଡ ନିକଟକୁ ସାମାନ୍ୟ ବିଳମ୍ବରେ ପହଁଚିବା ପରେ ମୋଦିଙ୍କୁ ପାଛୋଟି ନେଇଛନ୍ତି ମମତା । ମୋଦିଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହ ଖରାପ ରାସ୍ତା ଯୋଗୁଁ ମୋଦିଙ୍କୁ ରାସ୍ତା ଦେଖାଇ ଆଗକୁ ବଡିବା ପାଇଁ କହିଥଲେ ମମତା ।

ବିଶ୍ୱଭାରତୀୟ ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ଏହି ଦୁଇ ନେତାଙ୍କୁ ଗୋଟିଏ ମଂଚରେ ନଜର ଆସିଛନ୍ତି । ଉଭୟ ନେତା ଜଣେ ଆଉ ଜଣଙ୍କ ପାଶ୍ୱର୍ରେ ବସିଥିବା ବେଳେ ମଝିରେ ବସିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନ । ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟର ୪୯ତମ ସମାବର୍ତନ ଉତ୍ସବରେ ମୁଖ୍ୟ ଅତିଥିଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଙ୍ଗାଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ପ୍ରଥମ ଥର ପାଇଁ କୌଣସି କାର୍ଯ୍ୟକ୍ରମକୁ ମିଳିତଭାବେ ସମ୍ବୋଧିତ କରିଛନ୍ତି ମୋଦି ଓ ହସିନା । ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମ ଶେଷ କରିବା ପରେ ବାଙ୍ଗାଲାଦେଶ ଭବନର ଉଦଘାଟନ କରିବେ ମୋଦି ଓ ହସିନା । ପରେ ଶାନ୍ତିଭବନରେ ଦୁଇଦେଶର ରାଷ୍ଟ୍ରନେତାତାଙ୍କ ମଧ୍ୟରେ ଦ୍ୱିପାକ୍ଷୀକ ଆଲୋଚନା କରାଯିବ । ମୋଦି ଓ ଶେଖ ହସିନାଙ୍କ ବ୍ୟତିତ କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଏନ ତ୍ରୀପାଠି ଯୋଗ ଦେଇଛନ୍ତି । ଶେଖ ହସିନାଙ୍କ ସହ ୧୫୦ ଜଣ ପ୍ରତିନିଧିମଣ୍ଡଳୀ ଭାରତରେ ପହଁଚିଛନ୍ତି ।