ପାକିସ୍ତାନକୁ ଝଟକା ! ମୋଦିଙ୍କ ଗସ୍ତ ପରେ ଆହୁରି ଦୃଢ ହେଲା ଭାରତ-ଋଷ ସମ୍ପର୍କ

31

କନକ ବ୍ୟୁରୋ : ପାକିସ୍ତାନକୁ ଝଟକା । ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଋଷ ଗସ୍ତ ଅବସରରେ ପଡୋଶୀ ପାକିସ୍ତାନକୁ ଲାଗିଛି ଏକ ବଡ ଝଟକା । ଆଜି ଋଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହ ମୋଦିଙ୍କ ଆଲୋଚନା ପରେ ଦେଇଥିବା ମନ୍ତବ୍ୟ ପରେ ଏପରି ମତ ପ୍ରକାଶ ପାଇଛି । ପୁଟିନ କହିଛନ୍ତି, ଋଷ ପାଇଁ ଭାରତ ପରି ବନ୍ଧୁ ନାହିଁ । ପାକିସ୍ତାନ ବା ଅନ୍ୟ କୌଣସି ଦେଶ ସହ ସଂପର୍କ ଭାରତ-ଋଷ ସଂପର୍କକୁ ପ୍ରଭାବିତ କରିପାରିବ ନାହିଁ । ଏହା ସହ ପାକିସ୍ତାନ ସହ ସାମରିକ ସମ୍ପର୍କ ଗଢିବାର ସମ୍ଭାବନା ନାହିଁ ବୋଲି ପୁଟିନ୍ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି । ଅନ୍ୟପଟେ ଭାରତର ଆତଙ୍କବାଦୀ ବିରୋଧୀ ଲଢେଇକୁ ପୁଟିନ୍  ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ।