କରୋନା ନେଇ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍ : ଲକଡାଉନକୁ ଗମ୍ଭୀରତାର ସହ ନେବାକୁ ଲୋକଙ୍କୁ କଲେ ଅପିଲ । ଲକଡାଉନ୍ କୁ କଡାକଡି ପାଳନ କରିବାକୁ ରାଜ୍ୟ ସରକାରଙ୍କୁ କହିଲେ ପ୍ରଧାନମନ୍ତ୍ରୀ

2,256

ଲକଡାଉନ ବା ତାଲାବନ୍ଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରିଛନ୍ତି । ଦେଶର ୨୩ ଟି ରାଜ୍ୟର ୮୨ ଜିଲ୍ଲାରେ ଲାଗୁ ହୋଇଥିବା ତାଲା ବନ୍ଦକୁ ଲୋକେ ଗୁରୁତର ସହ ନେଉନାହାନ୍ତି ବୋଲି ଟ୍ୱିଟରେ ଲେଖିଛନ୍ତି ପ୍ରଧାନମନ୍ତ୍ରୀ । କରୋନା ଭୂତାଣୁ ସଂକ୍ରମଣ ମାମଲା ଦେଶରେ ଲଗାତର ଭାବେ ବୃଦ୍ଧି ପାଉଛି ।

କିନ୍ତୁ ଏହାପରେ ବି ଲୋକେ ଘରୁ ବାହାରକୁ ବାହାରୁଛନ୍ତି ଏବଂ ଏହି ନିୟମକୁ ଠିକଭାବେ ପାଳନ କରୁନାହାନ୍ତି । ଯାହାକୁ ନେଇ ମୋଦି ଟ୍ୱିଟ କରିବା ସହ ସରକାରୀ ନିୟମକୁ କଡାକଡି ପାଳନ କରିବାକୁ ଅପିଲ କରିଛନ୍ତି । ମୋଦି ଲେଖିଛନ୍ତି ଏବେବି କିଛି ଲୋକ ଅଛନ୍ତି ଯେଉଁମାନେ ଲକଡାଉନକୁ ଗୁରୁତର ସହ ବା ଗମ୍ଭୀରତାର ସହ ନେଉନାହାନ୍ତି । ତେଣୁ ସମସ୍ତେ ନିୟମ ପାଳନ କରନ୍ତୁ, ସମସ୍ତେ ନିଜକୁ ବଂଚାନ୍ତୁ, ନିଜ ପରିବାରକୁ ବଂଚାନ୍ତୁ । ଏହାସହ ସବୁ ରାଜ୍ୟସରକାରମାନଙ୍କୁ ଏହି ନିୟମ କଡାକଡି ଭାବେ ପାଳନ କରିବାକୁ ମୋଦି ନିବେଦନ କରିଛନ୍ତି ।