ଛୋଟମୋଟ ବ୍ୟବସାୟୀଙ୍କ ପାଇଁ ଦୀପାବଳି ଉପହାର : ଆଜି ‘ସୂକ୍ଷ୍ମ, ଲଘୁ, ମଧ୍ୟମ ଉଦ୍ୟୋଗ ସହାୟତା ଓ ସମ୍ପର୍କ ଅଭିଯାନ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ

100

କନକ ବ୍ୟୁରୋ : ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ବ୍ୟବସାୟର ଦୃତ ଅଭିବୃଦ୍ଧି ଏବ˚ ଏହି କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିର ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଦେଶବ୍ୟାପୀ ଏକ ନୂଆ ଅଭିଯାନ ଆରମ୍ଭ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା କାଲି ନୂଆଦିଲ୍ଲୀର ବିଜ୍ଞାନ ଭବନରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଦେଶର ବଛା ବଛା ୧୦୦ଟି ଜିଲ୍ଲାରେ ୧୦୦ ଦିନ ପର୍ଯ୍ୟନ୍ତ ଏହି ‘ସୂକ୍ଷ୍ମ, ଲଘୁ, ମଧ୍ୟମ ଉଦ୍ୟୋଗ ସହାୟତା ଓ ସମ୍ପର୍କ ଅଭିଯାନ ଚାଲିବ ।

ପ୍ରତି ଜିଲ୍ଲାରେ ଥିବା ଏମଏସଏମଇ କେନ୍ଦ୍ର ଜରିଆରେ ଏହି ୧୦୦ ଦିନିଆ କାର୍ଯ୍ୟକ୍ରମ ପରିଚାଳନା କରାଯିବ । ଦେଶବ୍ୟାପୀ ଆୟୋଜନ ହେଉଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀମାନେ ୧୦୦ଟି ଯାକ ଜିଲ୍ଲାରେ ଉପସ୍ଥିତ ରହିବେ । ଓଡିଶାର କଟକ, ପୁରୀ ଓ ପାରାଦୀପଠାରେ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯିବ । କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟମୀତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକସ୍ଥିତ ସହିଦ ଭବନଠାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।

ପୁରୀ ଟାଉନ ହଲଠାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ଚୌଧୁରୀ ବିରେନ୍ଦ୍ର ସି˚ ଅ˚ଶଗ୍ରହଣ କରିବେ । ସେହିପରି ପାରାଦୀପ କାର‌୍ୟ୍ୟକ୍ରମରେ କେନ୍ଦ୍ର ସଡକ ପରିବହନ, ରାଜପଥ, ଜାହାଜ ଚଳାଚଳ, ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ଲାଲ ମଣ୍ତଭିୟା ଯୋଗଦେବେ। ପାରାଦୀପସ୍ଥିତ ଜୟଦେବ ସଦନରେ ଏହି କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବ।