ସେପ୍ଟେମ୍ବର ୧ରୁ ଡାକଘରେ ପାଇପାରିବେ ବ୍ୟାଙ୍କ୍ ସୁବିଧା ! ଲାଭବାନ ହେବେ ଦେଶର କୋଣ ଅନୁକୋଣର ଲୋକେ

33

ଡାକ ପେମେଣ୍ଟ୍‌ ବ୍ୟାଙ୍କ ସେବା ସେପ୍ଟେମ୍ବର ୧ରେ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉନ୍ମୋଚନ କରିବେ । ଚଳିତ ମାସ ୨୧ରେ ଡାକ ପେମେଣ୍ଟ୍‌ ବ୍ୟାଙ୍କ ଉନ୍ମୋଚନ ହେବାର ଦିନ ଧାର୍ଯ୍ୟ ହୋଇଥିଲା ।  ମାତ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତ ପରେ ଘୋଷଣା କରାଯାଇଥିବା ସାତ ଦିନିଆ ଶୋକ ପାଳନ ଯୋଗୁଁ ଡାକ ପେମେଣ୍ଟ୍‌ ବ୍ୟାଙ୍କ ଉନ୍ମୋଚନ କାର୍ଯ୍ୟକ୍ରମକୁ ଟାଳି ଦିଆଯାଇଥିଲା । ଏହାକୁ ସେପ୍ଟେମ୍ବର ୧ରୁ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଡାକ ପେମେଣ୍ଟ୍‌ ବ୍ୟାଙ୍କ ଆରମ୍ଭ ହେବା ପରେ ଦେଶର କୋଣ ଅନୁକୋଣରେ ବ୍ୟାଙ୍କ ସେବା ପହଞ୍ଚିପାରିବ । ଦେଶରେ ଥିବା ୧.୫୫ ଲକ୍ଷ ଡାକ ଘର ଜରିଆରେ ବ୍ୟାଙ୍କ କାମ ହୋଇପାରିବ । ସବୁ ଡାକ ଘରକୁ ଡାକ ପେମେଣ୍ଟ୍‌ ବ୍ୟାଙ୍କ ସହ ଯୋଡ଼ିବାକୁ ସରକାର ପ୍ରୟାସ କରୁଛନ୍ତି । ବର୍ଷକ ଭିତରେ ଏହି କାମ ଶେଷ ହୋଇଯିବ ବୋଲି ଆଶା କରାଯାଉଛି ।

Source:Bharat News 247

ପ୍ରଥମ ଦିନରୁ ୬୫୦ ଶାଖା ଓ ୩୨୫୦ ଟଚ୍‌ ପଏଣ୍ଟ୍‌କୁ ନେଇ ଡାକ ପେମେଣ୍ଟ୍‌ ବ୍ୟାଙ୍କ ଏହାର ଯାତ୍ରା ଆରମ୍ଭ କରିବ ବୋଲି ଏହାର ସିଇଓ ସୁରେଶ ସେଠୀ କହିଛନ୍ତି । ଏହି ବ୍ୟାଙ୍କ ପକ୍ଷରୁ ଗ୍ରାମାଞ୍ଚଳର ଲୋକମାନଙ୍କୁ ଡୋରଷ୍ଟେପ୍‌ ବ୍ୟାଙ୍କିଙ୍ଗ୍‌ ସୁବିଧା ପ୍ରଦାନ କରାଯିବ । ଏୟାରଟେଲ୍‌ ଓ ପେଟିଏମ୍‌ ପରେ ଇଣ୍ଡିଆନ୍‌ ପୋଷ୍ଟ୍‍କୁ ପେମେଣ୍ଟ୍‌ ବ୍ୟାଙ୍କ ଲାଇସେନ୍ସ ମିଳିଥିଲା । ଡାକ ପେମେଣ୍ଟ୍‌ ବ୍ୟାଙ୍କରେ ଲୋକମାନେ ଓ କ୍ଷୁଦ୍ର ବ୍ୟବସାୟୀ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ରଖିପାରିବେ । ସେହି ଖାତା ଜରିଆରେ ଏନ୍‌ଇଏଫ୍‌ଟି, ଆର୍‌ଟିଜିଏସ୍‌ ଓ ଆଇଏମ୍‌ପିଏସି୍‌ ଭଳି ଡିଜିଟାଲ୍‌ ପେମେଣ୍ଟ୍‌ ସୁବିଧା ହାସଲ କରିପାରିବେ ।