ସୁଡଙ୍ଗ ସେପାରିରେ ଶ୍ରୀନଗର ! ଉଦଘାଟିତ ହେଲା ଜମ୍ମୁ କାଶ୍ମୀରର ଲାଇଫ୍ ଲାଇନ୍

74

କନକ ବ୍ୟୁରୋ : ଉଦଘାଟିତ ହୋଇଛି ଜମ୍ମୁ କାଶ୍ମୀରର ଲାଇଫ୍ ଲାଇନ୍ । ଦେଶର ସବୁଠାରୁ ବଡ ସୁଡଙ୍ଗକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ପ୍ରାୟ ୧ହଜାର ୨ଶହ ମିଟରର ଉଚ୍ଚତାରେ ତିଆରି ହୋଇଥିବା ସୁଡଙ୍ଗରେ ଆରମ୍ଭ ହୋଇଛି ଯାତାୟତ । ଏହି ଟନେଲ କାର୍ଯ୍ୟକାରୀ ହେବାପରେ ଜମ୍ମୁ ଓ ଶ୍ରୀନଗର ମଧ୍ୟରେ ଦୂରତା ୩୦ କିଲୋମିଟର କମିଛି ।

ଆସନ୍ତୁ ନଜର ପକାଇବା ଦେଶର ସବୁଠାରୁ ବଡ ସୁଡଙ୍ଗର କିଛି ସ୍ୱତନ୍ତ୍ରତା ଉପରେ ।

-୧୦ କିଲୋମିଟରର ଏହି ସୁଡଙ୍ଗ ତିଆରି ପାଇଁ ଖର୍ଚ୍ଚ ହୋଇଛି ୨ହଜାର ୫୧୯କୋଟି

-ସମୂଦ୍ର ପତ୍ତନ ଠାରୁ ୧୨ସହ ମିଟର ଉଚ୍ଚତାରେ ତିଆରି ହୋଇଛି ଏସିଆର ସବୁଠୁ ଲମ୍ବ ସୁଡଙ୍ଗ

-ସୁରକ୍ଷା ପାଇଁ ସୁଡଙ୍ଗ ଭିତରେ ଲାଗିଛି ୧୨୪ଟି ସିସିଟିଭି

-ବାୟୁ ଚଳାଚଳକୁ ସ୍ୱଭାବିକ ରଖିବା ପାଇଁ ବ୍ୟବହାର ହୋଇଛି ଏବିବି ସଫ୍ଟୱାୟାର

-ଅଗ୍ନି ନିର୍ବାପକ ବ୍ୟବସ୍ଥା ସହ ଇଣ୍ଟରନେଟ ଓ ଫୋନ କଲ୍ ସୁବିଧା ଉପଲବ୍ଧ ।

-ସୁଡଙ୍ଗରେ ଗାଡିର ସର୍ବାଧିକ ବେଗ ରହିବ ୫୦କିଲୋମିଟର

୨୦୧୧ ମସିହାରେ ଆରମ୍ଭ ହୋଇଥିବା ଏହି ସୁଡଙ୍ଗ ରାସ୍ତା କାର୍ଯ୍ୟକାରୀ ହେବାପରେ ଏବେ ଉତ୍ତର ଭାରତର ପାହାଡିଆ ଅଂଚଳରେ ଗମନାଗମନର ନୂଆ ମାଧ୍ୟମ ସୃଷ୍ଟି ହୋଇଛି । ସବୁଠାରୁ ବଡ କଥା ହେଉଛି ବରଫ ପାତ ସମୟରେ ମଧ୍ୟ ସୁଡଙ୍ଗରେ ସୁବିଧାରେ ଯାତ୍ରା କରିପାରିବେ ଯାତ୍ରୀ ।