ଆଜି ଦିଲ୍ଲୀରେ ନୀତି ଆୟୋଗ ବୈଠକ : ରାଜ୍ୟର ଫନି କ୍ଷୟକ୍ଷତି ପାଇଁ ଆର୍ଥିକ ସହାୟତା ଦାବି କରିବେ ମୁଖ୍ୟମନ୍ତ୍ରୀ

76

କନକ ବ୍ୟୁରୋ : ଆଜି ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ପଂଚମ ଗଭର୍ଣ୍ଣିଂ କାଉନସିଲ୍ ବୈଠକ ବସିବ । ବୈଠକରେ ଗଭର୍ଣ୍ଣିଂ କାଉନସିଲରେ ସଦସ୍ୟ ଥିବା ରାଜ୍ୟର ମୁଖ୍ୟମନ୍ତ୍ରୀ, କିଛି କେନ୍ଦ୍ରମନ୍ତ୍ରୀଙ୍କ ସମେତ ନୀତି ଆୟୋଗର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେବେ । ବୈଠକରେ ମରୁଡି ଓ ରିଲିଫ୍, ବର୍ଷାଜଳ ସଂରକ୍ଷଣ, କୃଷି କ୍ଷେତ୍ରରେ ଢାଂଚାଗତ ପରିବର୍ତନ ଓ କୃଷି ବଜାରର ସ୍ଥିତି , ଆକାଂକ୍ଷା ଜିଲାର ସ୍ଥିତି ତଥା ମାଓ ଉପଦ୍ରୁତ ଅଂଚଳରେ ସୁରକ୍ଷା ଭଳି ପ୍ରସଙ୍ଗରେ ଆଲୋଚନା ହେବ ।

ଆଜିର ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ଓଡିଶାକୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟର ମାନ୍ୟତା ଦେବା ନେଇ ଦାବି ଉପସ୍ଥାପନା କରିପାରନ୍ତି । ଏଥିସହ ରାଜ୍ୟର ଫନି କ୍ଷୟକ୍ଷତି ପାଇଁ ଆର୍ଥିକ ସହାୟତା ଦାବି ମଧ୍ୟ ଉପସ୍ଥାପନା କରିବା ସମ୍ଭାବନା ରହିଛି । ଯଦିଓ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ପ୍ରସଙ୍ଗ ଏଜେଣ୍ଡାରେ ନାହିଁ , ତଥାପି ଓଡିଶା ସମେତ ବିହାର ଓ ଆନ୍ଦ୍ରପ୍ରଦେଶ ମଧ୍ୟ ସେମାନଙ୍କ ଦାବି ଉପସ୍ଥାପନ କରିବେ ବୋଲି କହିସାରିଛନ୍ତି ।