ସୀମାରେ ଆଲୋକର ପର୍ବ ପାଳିବେ ପ୍ରଧାନମନ୍ତ୍ରୀ !

60

କନକ ବ୍ୟୁରୋ : ଆଜି ସାରାଦେଶର ଦୀପାବଳିର ଧୁମ୍ । ସାରା ଦେଶରେ ଉତ୍ସବର ମାହୋଲ । ହିନ୍ଦୁ ଧର୍ମର ମହାନ ପର୍ବ ଦୀପାବଳି । ଅନ୍ଧକାର ଉପରେ ଆଲୋକର ବିଜୟ ଦୀପାବଳି । ଭିନ୍ନ ଭିନ୍ନ କାରଣ ପାଇଁ ଯୁଗ ଯୁଗରୁ ଭାରତରେ ଏହି ଆଲୋକର ପର୍ବ ପାଳିତ ହୋଇ ଆସୁଛି । ଦୀପାବଳି ପାଳନର ଅନ୍ୟ ଏକ ଉଦ୍ଦେଶ୍ୟ ହେଉଛି ଅଜ୍ଞାନର ଅନ୍ଧକାରକୁ ଦୁର କରି ଜ୍ଞାନର ଆଲୋକକୁ ପ୍ରଜ୍ୱଳିତ କରିବା । ସେଥିପାଇଁ ଦୀପାବଳି ଅମାବାସ୍ୟାରେ ଅନ୍ଧକାରକୁ ଦୁର କରିବା ପାଇଁ ଦୀପ ଜଳାଇ ପାଳନ କରାଯାଇଥାଏ ଏହି ଉତ୍ସବ ।

NarendraModiସୂଚନା ଅନୁସାରେ  ଭାରତ-ଚୀନ ସୀମାରେ ଯବାନଙ୍କ ଗହଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୀପାବଳି ପାଳିବେ । ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ସିଆଚୀନରେ ନରେନ୍ଦ୍ର ମୋଦି ଆଲୋକର ପର୍ବ ପାଳିଥିଲେ । ୨୦୧୫ରେ ଡୋଗରାଇ ୱାର ମେମୋରିଆଲରେ ଯବାନଙ୍କ ଗହଣ ଦୀପାବଳି ପାଳିଥିଲେ ମୋଦି । ସେହିଭଳି ଗତବର୍ଷ ହିମାଚଳ ପ୍ରଦେଶରେ ଆଇଟିବିପି ଯବାନଙ୍କ ଗହଣରେ ପ୍ରଧାନମନ୍ତ୍ରୀ ଦାପାବଳି ପାଳିଥିଲେ । ସେପଟେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଆଣ୍ଡାମାନ-ନିକୋବରରେ ଆଲୋକର ପର୍ବ ପାଳିବେ । ଏଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଯବାନଙ୍କ ସମ୍ପର୍କୀୟଙ୍କୁ ଭେଟିବେ ।