ଖୋଲିଲା କର୍ତ୍ତାରପୁର କରିଡର । ଭାରତର ଭାବନାକୁ ସମ୍ମାନ ପାଇଁ ଇମ୍ରାନଙ୍କୁ ଧନ୍ୟବାଦ ଜଣାଇଲେ ମୋଦି ।

1,240

କନକ ବ୍ୟୁରୋ : ଗତ ୭୦ ବର୍ଷର ପ୍ରତୀକ୍ଷିତ ଅପେକ୍ଷା ପରେ ଆଜି ଅର୍ଥାତ ନଭେମ୍ବର ୯ ତାରିଖରେ ପୁରା ହୋଇଛି ଭାରତୀୟ ଶିଖ୍ ମାନଙ୍କର ସ୍ୱପ୍ନ । ଭାରତ ପାକିସ୍ତାନ ମଧ୍ୟରେ ଥିବା ବିବାଦର କାନ୍ଥକୁ ଆଜି ଭଙ୍ଗାଯାଇଛି, ଏବଂ ଦୀର୍ଘଦିନର ଅପେକ୍ଷା ପରେ କର୍ତ୍ତାରପୁର ସାହିବ କରିଡରକୁ ଆଜି ଖୋଲିଦିଆଯାଇଛି । ଆଉ ଏହି ଅବସରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗଭୀର ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କର୍ତ୍ତାରପୁର ସାହିବ ଦର୍ଶନ ପାଇଁ ଶେଷ ହୋଇଛି ଶ୍ରଦ୍ଧାଳୁଙ୍କ ଦୀର୍ଘଦିନର ଅପେକ୍ଷା । କର୍ତ୍ତାରପୁର କରିଡରର ଉଦଘାଟନ୍ ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ମୋଦି କହିଛନ୍ତି, ଦେଶକୁ କର୍ତ୍ତାରପୁର ସାହିବ କରିଡର ସମର୍ପିତ କରିବା ତାଙ୍କର ସୌଭାଗ୍ୟ ଅଟେ । ଏହା ସହ ଦେଶ ଦୁନିଆର ସମସ୍ତ ଶିଖ୍ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବହୁ ପ୍ରତିକ୍ଷିତ ୪.୭ କିମି କରତାରପୁର ସାହେବ କରିଡର ଶ୍ରଦ୍ଧାଳୁଙ୍କୁ ପାଇଁ ଆଜି ଖୋଲିଛି । ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀର ୩ ଦିନ ପୂର୍ବରୁ ଏହି ଧାର୍ମିକ ସ୍ଥଳ ସହ ଶ୍ରଦ୍ଧାଳୁଙ୍କୁ ଯୋଡିବାର ଉଦ୍ୟମ କରାଯାଇଛି । ଚଳିତ ମାସ ୧୨ ତାରିଖରେ ଗୁରୁ ନାନକଙ୍କ ଜୟନ୍ତୀ ପାଳନ ହେବ । ଉଭୟ ଭାରତ ଓ ପାକିସ୍ତାନ କରତାରପୁର କରିଡର ଖୋଲିବା ପୂର୍ବରୁ ନିଜ ନିଜ ଦେଶର ସୀମାରେ ଉତ୍ସବ ପାଳନ କରିଛନ୍ତି ।