ଓବିସି ଆୟୋଗ ଗଠନ ଦେଶ ପାଇଁ ଏକ ମାଇଲ ଖୁଣ୍ଟ, ୪୭ତମ ମନ୍ କି ବାତ୍ ରେ କହିଲେ ପ୍ରଧାନମନ୍ତ୍ରୀ

41

ପ୍ରଧାନମନ୍ତ୍ରୀ ମୋଦିଙ୍କ ୪୭ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ମୋଦି ଜାତି ଓ ଜନଜାତିକୁ ଗୁରୁତ୍ୱ ଦେଇ କହିଛନ୍ତି ଯେ, ଅନେକ ଦଶନ୍ଧିରୁ ତଫସିଲଜାତି/ଉପଜାତି ଆୟୋଗ ପରି ଓବିସି ଆୟୋଗ ଗଠନ କରିବାର ଦାବି ହୋଇଆସୁଛି । ଅନୁନ୍ନତ ସମୁଦାୟର ଅଧିକାରଗୁଡ଼ିକୁ ସୁନିଶ୍ଚିତ କରିବା ପାଇଁ ଆମ ଦେଶ ଏଥର ଓବିସି ଆୟୋଗ ଗଠନ କରିବାର ସଂକଳ୍ପକୁ ସାକାର କଲା ଏବଂ ତାହାକୁ ଏକ ସାମ୍ବିଧାନିକ ଅଧିକାର ମଧ୍ୟ ପ୍ରଦାନ କଲା । ଏହି ପଦକ୍ଷେପ ସାମାଜିକ ନ୍ୟାୟର ଉଦ୍ଦେଶ୍ୟକୁ ସାର୍ଥକ କରିବାରେ ସମର୍ଥ ହେବ । ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଜନଜାତିମାନଙ୍କର ଅଧିକାରଗୁଡ଼ିକୁ ସୁରକ୍ଷିତ କରିବା ପାଇଁ ସଂଶୋଧନ ବିଲକୁ ପାସ କରିବାର କାର୍ୟ୍ୟ ଏହି ଅଧିବେଶନରେ ହେଲା ।

ଏହି ଆଇନ ଏସସି ଓ ଏସଟି ସମୁଦାୟମାନଙ୍କର ହିତକୁ ଆହୁରି ଅଧିକ ସୁରକ୍ଷିତ କରିପାରିବ । ଏଥିସହିତ ଏହା ଅପରାଧିମାନଙ୍କୁ ଅତ୍ୟାଚାର କରିବାରୁ ନିବୃତ କରିବ ତଥା ଦଳିତ ସମୁଦାୟମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବ । ଦେଶର ନାରୀଶକ୍ତି ବିରୁଦ୍ଧରେ କୌଣସି ପ୍ରକାରର ଅନ୍ୟାୟକୁ କୌଣସି ସଭ୍ୟସମାଜ ସହ୍ୟ କରିପାରେ ନାହିଁ । ବଳାକ୍ରାର ଅପରାଧୀମାନଙ୍କୁ ଦେଶ ସହିବାକୁ ପ୍ରସ୍ତୁତ ନୁହେଁ । ଏଥିପାଇଁ ସଂସଦ ଅପରାଧିକ ଆଇନ ସଂଶୋଧନ ବିଲକୁ  ପାସକରି କଠୋରତମ ଦଣ୍ଡ ବିଧାନର ବ୍ୟବସ୍ଥା କରିଛି ।

ଦୁଷ୍କର୍ମର ଅପରାଧୀମାନଙ୍କୁ ଅତିକମରେ ୧୦ ବର୍ଷର ଦଣ୍ଡ ବ୍ୟବସ୍ଥା ହେବ । ୧୨ ବର୍ଷରୁ କମ୍ ବୟସର ବାଳିକାମାନଙ୍କୁ ବଳାକ୍ରାର କରାଗଲେ ଫାଶୀ ଦଣ୍ଡ ମିଳିବ । କିଛିଦିନ ପୂର୍ବେ ଆପଣମାନେ ଖବରକାଗଜରେ ପଢ଼ିଥିବେ ଯେ ମଧ୍ୟପ୍ରଦେଶର ମନ୍ଦସୌରରେ ଏକ ନ୍ୟାୟାଳୟ କେବଳ ଦୁଇମାସର ଶୁଣାଣି ପରେ ଜଣେ ନାବାଳିକାକୁ ବଳାକ୍ରାର କରିଥିବା ଦୁଇ ଅପରାଧୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ଏହାପୂର୍ବରୁ ମଧ୍ୟପ୍ରଦେଶର କଟନୀର ଏକ ନ୍ୟାୟାଳୟ ମାତ୍ର ପାଂଚଦିନର ଶୁଣାଣି ପରେ ଅପରାଧୀମାନଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ । ରାଜସ୍ଥାନରେ ମଧ୍ୟ ସେଠାକାର ନ୍ୟାୟାଳୟଗୁଡ଼ିକ ଏହିପରି ତ୍ୱରିତ ନିର୍ଣ୍ଣୟ ଶୁଣାଇଅଛନ୍ତି । ଏହି ଆଇନ ମହିଳା ଓ ବାଳିକାମାନଙ୍କ ବିରୁଦ୍ଧରେ ଅପରାଧଜନିତ କାର୍ୟ୍ୟକଳାପକୁ ବନ୍ଦ କରିବାରେ ଏକ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିବ ।