କନକ ବ୍ୟୁରୋ: କୁନି ପିଲାର ଭିଡିଓ ସେୟାର କଲେ ପ୍ରଧାନମନ୍ତ୍ରୀ । କୁନି କୁନି ପାଟିରେ ଟିକି ଟିକି କଥା କହୁଥିବା ଜଣେ ଅଭିନେତ୍ରୀଙ୍କ ପୁଅର ଭିଡିଓ ସେୟାର କରିଛନ୍ତି ମୋଦି । ଆଉ ଭିଡିଓକୁ ରି-ଟୁଇଟ କରି କୁନି ପିଲାକୁ ଆଶୀର୍ବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଅଭିନେତ୍ରୀ ଗୁଲ ପନାଗ ନିଜର ଏବଂ ନିଜ ପୁଅର ଏକ ଭିଡିଓ ଟୁଇଟରରେ ସେୟାର କରିଥିଲେ । ଭିଡିଓରେ ଗୁଲ ପନାଗ ମୋଦିଙ୍କ କଭର ଫଟୋ ଥିବା ଏକ ପତ୍ରିକା ନିଜ ପୁଅକୁ ଦେଖାଇ ପଚାରୁଛନ୍ତି କି, ଫଟୋରେ ଏ କିଏ? ପ୍ରଶ୍ନ ଶୁଣି ଗୁଲ ପନାଗଙ୍କ ପୁଅ କହୁଛନ୍ତି ମୋଦିଜୀଟ୍ଟ ମୋଦିଜୀ । ତେବେ ନିଜ ପୁଅର ଏ ଭିଡିଓ ସେୟାର କରି ଗୁଲ ପନାଗ ଲେଖିଛନ୍ତି କି, ଏବେ ମୋ ପୁଅ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖବରକାଗଜ ଆଉ ପତ୍ରିକାରେ ଦେଖି ଚିହ୍ନି ପାରୁଛି ।
Extremely adorable!
Do convey my blessings to young Nihal. Wishing him the very best, in whatever he seeks to do. I am also sure he will find an amazing mentor and guide in you, @GulPanag. https://t.co/CQN5hMPg7Z
— Narendra Modi (@narendramodi) October 17, 2019
ତେବେ ଗୁଲ ପନାଗଙ୍କ ଏହି ଭିଡିଓକୁ ମୋଦି ରି-ଟୁଇଟ କରି କରିଛନ୍ତି । ଆଉ ଲେଖିଛନ୍ତି କି କୁନି ନିହାଲକୁ ମୋର ଆଶୀର୍ବାଦ ଦେବ । ସେ ଯେଉଁ କ୍ଷେତ୍ରକୁ ଯିବାକୁ ଚାହୁଁଛନ୍ତି ତାଙ୍କୁ ମୋର ଅନେକ ଶୁଭେଚ୍ଛା ଓ ଶୁଭକାମନା । ମୁଁ ନିଶ୍ଚିତ ଯେ ସେ ଆପଣଙ୍କ ମଧ୍ୟରେ ଜଣେ ଗୁରୁ, ଜଣେ ମାର୍ଗଦର୍ଶକକୁ ପାଇବ ।
ଅତୀତରେ ଅନେକ ଥର ମୋଦି ନିଜ ସମର୍ଥକଙ୍କ ସମସ୍ୟା ସହ ନିଜ ପାଇଁ ସେୟାର କରାଯାଇଥିବା ଭିଡିଓରେ ପ୍ରତିକ୍ରିୟା ଦେଉଥିବାର ନଜିର ରହିଛି । ଆଉ ଏବେ ମଧ୍ୟ ଅଭିନେତ୍ରୀଙ୍କ କୁନି ପୁଅ ତାଙ୍କ ବିଷୟରେ କହୁଥିବା ଏକ ଭିଡିଓକୁ ସେ ସେୟାର କରିଛନ୍ତି ।