ଆଜି ମଧ୍ୟରାତ୍ରିରୁ ୫ ଶହ ଓ ୧ ହଜାର ଟଙ୍କିିଆ ପୁରୁଣା ନୋଟ୍ ବନ୍ଦ : ଜାଲ୍ ନୋଟ୍ କାରବାର ରୋକିବାକୁ ସରକାରଙ୍କ ବଡ ପଦକ୍ଷେପ

64

କନକ ବ୍ୟୁରୋ : କଳାଧନ ଉପରେ ରୋକ୍ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । ଆଜି ମଧ୍ୟରାତ୍ରିରୁ ୫ ଶହ ଓ ୧ ହଜାର ଟଙ୍କିଆ ନୋଟ୍ କାରବାର ଚଳିବନି । ୫ ଶହ ଓ ୧ ହଜାର ଟଙ୍କିଆ ନୋଟରେ ଲିଗାଲ୍ ଟେଣ୍ଡର ରହିବନି । ପାଖରେ ଥିବା ୫ ଶହ ଓ ୧ ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କ କିମ୍ବା ଡାକଘରେ ଜମା କରିବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

୫୦ ଦିନ ଭିତରେ ଖାତାରେ ନୋଟ୍ ଜମା କରିବାକୁ ସମୟସୀମା ରହିଛି । ଏଥିପାଇଁ ୧୦ ନଭେମ୍ବରରୁ ୩୦ ଡିସେମ୍ବର ପର୍ଯ୍ୟନ୍ତ ସମୟ ରଖାଯାଇଛି । ଏହା ପରେ ନୂଆ ୫ ଶହ ଓ ୨ ହଜାର ଟଙ୍କିଆ ନୋଟ୍ ଆସିବ । ୯ ଓ ୧୦ ନଭେମ୍ବରରେ ଏଟିଏମ୍ ସେବା ବନ୍ଦ ରହିବ । ଏବଂ ନଭେମ୍ବର ୯ ତଥା ଆସନ୍ତାକାଲି ସବୁ ବ୍ୟାଙ୍କ ବନ୍ଦ ରହିବ ।

ଏହା ପରେ ୧୧ ନଭେମ୍ବରରୁ ଏଟିଏମ୍ ସେବା ଆରମ୍ଭ କରାଯିବ । କିନ୍ତୁ ଆରମ୍ଭରୁ ଦିନକୁ ଏଟିଏମରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ । ପରେ ଏହି ପରିମାଣକୁ ବଢାଯିବ । ତେବେ ସବୁ ସରକାରୀ ହସ୍ପିଟାଲରେ ପୁରୁଣା ନୋଟକୁ ଗ୍ରହଣ କରାଯିବ । ଏହା ସହ ଚେକ୍, ଡେବିଟ୍ କାର୍ଡ ଓ କ୍ରେଡିଟ୍ କାର୍ଡ ଉପରେ ପ୍ରଭାବ ପଡିବନି । ଅନଲାଇନ୍ ପେମେଂଟ୍ ଉପରେ ମଧ୍ୟ ପ୍ରଭାବ ପଡିବନି ।