କିଂଦାଓରେ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି : କହିଲେ, ଭାରତ ଓ ଚୀନ ମଜବୁତ ସମ୍ପର୍କ ବିଶ୍ୱଶାନ୍ତି ପାଇଁ ପ୍ରେରଣା

32

କନକ ବ୍ୟୁରୋ : ଚୀନ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିଙ୍ଗଦାଓରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ ବୈଠକରେ ମୋଦି ଯୋଗ ଦେଇ ଏସସିଓ ସାଧାରଣ ସମ୍ପାଦକ ରାଶିଦ ଆଲିନୋଭ୍ ତଥା ଅନ୍ୟ ପ୍ରମୁଖ ପ୍ରତିନିଧିଙ୍କୁ ଭେଟିଛନ୍ତି । ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଏହାପରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷୀକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି କରି ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଉପରେ ଆଲୋଚନା ହୋଇଛି ।

India-China ties
IMAGE COURTESY-https://timesofindia.indiatimes.com

ଏହାସହ ଆତଙ୍କବାଦକୁ କିପରି ପ୍ରଭାବଶାଳୀ ଉପାୟରେ ପ୍ରତିହତ କରିହେବ ସେ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ସଦସ୍ୟ ରାଷ୍ଟ୍ର ମୁଖ୍ୟମାନଙ୍କ ସହ ଆଲୋଚନା କରିଛନ୍ତି । ସେପଟେ ହୋଟେଲ ଲି ମେରିଡିୟନରେ ଚୀନରେ ରହୁଥିବା କିଛି ପ୍ରବାସୀ ଭାରତୀୟଙ୍କୁ ଭେଟିଛନ୍ତି ମୋଦି । ପ୍ରଥମ ଥର ଭାରତ ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ଏହି ବୈଠକରେ ଯୋଗଦେଉଛି । ଗତବର୍ଷ ଭାରତ ଓ ପାକିସ୍ତାନକୁ ଏସସିଓର ସଦସ୍ୟ ରାଷ୍ଟ୍ର ଭାବେ ଗ୍ରହଣ କରାଯାଇଥିଲା । ତେଣୁ ଚଳିତ ବର୍ଷ ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ୨ ଦେଶ ଯୋଗ ଦେଉଛନ୍ତି । କିଛି ଦିନ ପୂର୍ବରୁ ଏକ ଅନୌପଚାରିକ ଗସ୍ତରେ ଚୀନ ଯାଇ ମୋଦି ଜିନପିଙ୍ଗଙ୍କୁ ଭେଟିଥିଲେ ।