ପଶ୍ଚିମବଙ୍ଗ ମିଦନାପୁରରେ ମୋଦିଙ୍କ ସଭାରେ ଅଘଟଣ : କୃଷକଙ୍କୁ ସମ୍ବୋଧିତ କରିବା ବେଳେ ଭାଙ୍ଗିଲା ଟେଣ୍ଟ,୨୦ରୁ ଅଧିକ ଆହତ

37

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମିଦନାପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ ସମୟରେ ଭାଙ୍ଗିପଡ଼ିଲା ପେଣ୍ଡାଲ । ଆଜି ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ମିଦନାପୁରର କଲେଜ ଗ୍ରାଉଣ୍ଡରେ ଆୟୋଜିତ ଏକ କୃଷକ ରାଲିରେ ଯୋଗଦେଇଥିଲେ । ଯେଉଁଠି ମୋଦି ଭାଷଣ ଦେଉଥିବା ସମୟରେ ମଂଚର ଏକ ଅଂଶ ଗଳିପଡ଼ିଥିଲା । ଆଉ ସେଥିରେ ୨୦ରୁ ଅଧିକ ଲୋକ ଆହତ ହୋଇପଡ଼ିଥିଲେ । ଏହି ଦୁର୍ଘଟଣା ପରେ ଆହତଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ତେବେ ଭାଷଣ ସମୟରେ ଅନେକ ଲୋକ ମଂଚ ଉପରେ ଚଢ଼ୁଥିବାର ଦେଖି ମୋଦି ଏପରି କରିବା ପାଇଁ ବାରଣ କରିଥିଲେ ଓ ତଳକୁ ଓହ୍ଲାଇବା ପାଇଁ ଅନୁରୋଧ କରିିଥିଲେ । ତେବେ ଏହି ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ଆହତ ସମର୍ଥକଙ୍କୁ ଭେଟିବା ପାଇଁ ମେଡ଼ିକାଲରେ ପହହଞ୍ଚିଛନ୍ତି । ସୂଚନାଯୋଗ୍ୟ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କୃଷକ ରାଲିରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀର ମମତା ବାନାର୍ଜୀଙ୍କ ସହ ବାମପନ୍ତୀ ଦଳକୁ ଟାଗେର୍ଟ କରିଥିଲେ ।