ରାଜଧାନୀରେ ମୋଦିଙ୍କ ରୋଡ୍ ସୋ’ । ଆଉ କିଛି ସମୟ ପରେ ବରମୁଣ୍ଡାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ପ୍ରଧାନମନ୍ତ୍ରୀ ।

123

କନକ ବ୍ୟୁରୋ: ରାଜଧାନୀରେ ମୋଦିଙ୍କ ରୋଡ୍ ସୋ’ । ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବା କ୍ଷଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଡ ସୋ’ କରି ବରମୁଣ୍ଡା ପଡ଼ିଆକୁ ଯାତ୍ରା କରିଛନ୍ତି । ବରମୁଣ୍ଡା ପଡ଼ିଆରେ ବିଜେପି ବିଜୟ ସଂକଳ୍ପ ସମାବେଶରେ ଯୋଗଦେବା ପାଇଁ ବିଶାଳ ଜନସମାବେଶର ଆୟୋଜନ କରାଯାଇଛି । ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ବାହାର ପାର୍ଶ୍ୱରୁ ଏହି ରୋଡ ସୋ ଆରମ୍ଭ ହୋଇଥିବା ବେଳେ ଆଉ କିଛି ସମୟ ମଧ୍ୟରେ ବରମୁଣ୍ଡା ପଡ଼ିଆରେ ପହଁଚିବେ ମୋଦି ।

ମୋଦୀଙ୍କ ରୋଡ ସୋ’ ବିମାନବନ୍ଦର ଠାରୁ ଏୟାରପୋର୍ଟ ଛକ, ଗଙ୍ଗନଗର ଛକ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଛକ, ଶିରିପୁର ଛକ, ସିଟି ମହିଳା ମହାବିଦ୍ୟାଳୟ ପାଖ ଦେଇ ବରମୁଣ୍ଡା ଶିବ ମନ୍ଦିର ଦେଇ ଆଉ କିଛି ସମୟ ପରେ ବରମୁଣ୍ଡା ପଡ଼ିଆରେ ପହଂଚିବ । ରୋଡ ଶୋ’ ପରେ ବରମୁଣ୍ଡା ପଡ଼ିଆରେ ନରେନ୍ଦ୍ର ମୋଦୀ ବିଜୟ ସଂକଳ୍ପ ସଭାକୁ ଉଦବୋଧନ ଦେବେ।