ଫ୍ରାନ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜି-୭ ସମ୍ମିଳନୀର ସ୍ୱତନ୍ତ୍ର ଅଧିବେଶନରେ ହେବେ ସାମିଲ : ସେପଟେ ଟ୍ରମ୍ପଙ୍କ ସହ କରିପାରନ୍ତି ଦ୍ୱିପାକ୍ଷିକ ଚର୍ଚ୍ଚା

247

କନକ ବ୍ୟୁରୋ : ଜି-୭ ସମ୍ମିଳନୀରେ ଭାଗ ନେବା ପାଇଁ ଫ୍ରାନ୍ସରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି, ପରିବେଶ, ଜଳବାୟୁ ପରିବର୍ତନ ଏବଂ ଡିଜିଟାଲ ଟ୍ରାନ୍ସଫରର୍ମେସନ୍ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଜର ମତାମତ ରଖିବେ । ସେହିପରି ବିଶ୍ୱନେତାଙ୍କୁ ଭେଟି ବିଶ୍ୱର ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଭାରତ ଜି-୭ ସଂଗଠନର ସଦସ୍ୟ ହୋଇନଥିଲେ ମଧ୍ୟ ଫ୍ରାନ୍ସ ରାଷ୍ଟ୍ରପତି ବ୍ୟକ୍ତିଗତ ଭାବରେ ଏହି ସମ୍ମଳନୀରେ ସାମିଲ ହେବାକୁ ନିମନ୍ତ୍ରଣ ଦେଇଛନ୍ତି ।

https://www.google.com/

ଏପଟେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ନିମନ୍ତ୍ରଣ ଭାରତ ଓ ଫ୍ରାନ୍ସର ଦେଶର ପ୍ରଭାବଶାଳୀ ନେତୃତ୍ୱକୁ ସୂଚାଉଛି । ସେହିପରି ଭାରତକୁ ବିଶ୍ୱର ଏକ ପ୍ରମୁଖ ଅର୍ଥନୀତି ଭାବେ ସ୍ୱୀକୃତି ବୋଲି କୁହାଯାଇଛି । ଜି-୭ର ସଦସ୍ୟ ଥିବା ଇଂଲଣ୍ଡ, କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲି, ଜାପାନ ଏବଂ ଆମେରିକା ବିଶ୍ୱର ପ୍ରମୁଖ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହି ଜି-୭ ସମ୍ମିଳନୀର ଅବସରରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷତ ହୋଇପାରେ । ଆଉ ଏହି ସାକ୍ଷତକାରରେ କାଶ୍ମୀର ପ୍ରସଙ୍ଗ, ବ୍ୟବସାୟ ଏବଂ ଅନ୍ୟ ପ୍ରମୁଖ ପ୍ରସଙ୍ଗରେ ଆଲୋଚନା ହେବାର ସଂଭାବନା ରହିଛି ।