ବିଶ୍ୱର ୩ୟ ଚର୍ଚ୍ଚିତ ନେତା ହେଲେ ମୋଦି ! ଅନ୍ୟ ଲୋକପ୍ରିୟ ନେତା ପଡ଼ିଲେ ପଛରେ

14

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଇଜରଲାଣ୍ଡର ଡାଭୋସ ଠାରେ ହେବାକୁ ଥିବା ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେବା ପୂର୍ବରୁ ଭାରତ ପାଇଁ ଏକ ଭଲ ଖବର ଆସିଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ପଛରେ ପକାଇ ବିଶ୍ୱର ଶ୍ରେଷ୍ଠ ୩ଜଣ ଟାଣୁଆ ନେତା ହୋଇପାରିଛନ୍ତି ମୋଦି ।

ଗଲପ୍‌ ଇଣ୍ଟରନ୍ୟାସନାଲ୍‌ ସର୍ଭେ ରିପୋର୍ଟ ମୋଦିଙ୍କୁ ତାଲିକାର ୩ୟ ସ୍ଥାନରେ ରଖିଛି । ୫୦ଟି ଦେଶର ଶକ୍ତିଶାଳୀ ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା । ସର୍ଭେରେ ଚୀନ ରାଷ୍ଟ୍ରପତି ଜିନ୍‌ପିଙ୍ଗ, ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌, ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ଥେରେସା ମେ, ଇସ୍ରାଇଲର ବେଞ୍ଜାମିନ୍‌ ନେତାନୟାହୁଙ୍କୁ ନିଆଯାଇଛି । ବର୍ଷ ୨୦୧୭ ପାଇଁ ବିଶ୍ୱର ଶ୍ରେଷ୍ଠ ତାଲିକାରେ ପୁତିନଙ୍କୁ ୬ ନମ୍ବର ର‍୍ୟାଙ୍କ ମିଳି ଥିବା ବେଳେ ଟ୍ରମ୍ପଙ୍କୁ ୧୦ମ ସ୍ଥାନ ମିଳିଛି ।

ତାଲିକାର ଶ୍ରେଷ୍ଠ ସ୍ଥାନରେ ଜର୍ମାନ ଚାନସେଲର ଆଞ୍ଜେଲା ମର୍କେଲ, ଫ୍ରାଞ୍ଚ ରାଷ୍ଟ୍ରପତି ଇମାନୁଏଲ ମାର୍କନଙ୍କୁ ସ୍ଥାନ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଇଜରଲାଣ୍ଡର ଡାଭୋସରେ ଆଗାମୀ ଜାନୁଆରୀ ୨୨ରୁ ୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଓ୍ଵାଲ୍‌ର୍ଡ ଇକୋନୋମିକ୍‌ ଫୋରମ୍‌ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।