ଉତରପ୍ରଦେଶରେ ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ ଗୋ ସେବା କଲେ ମୋଦି : ବାରଣାସୀର ଗୋଶାଳାରେ କଲେ ପୂଜାର୍ଚ୍ଚନା

25

କନକ ବ୍ୟୁରୋ : ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ବାରାଣସୀରେ ମୋଦିଙ୍କ ବିଶାଳ ରାଲି । ଲାଲବାହାଦୂର ଶାସ୍ତ୍ରୀଙ୍କ ଘରେ ପହଂଚି ତାଙ୍କ ପ୍ରତିମୂର୍ତିରେ ପୁଷ୍ପାମାଲ୍ୟ ଅର୍ପଣ କରିଛନ୍ତି । ଏହାସହ ଶାସ୍ତ୍ରୀଜୀଙ୍କ ଘରେ ଶ୍ରଦ୍ଧାଞ୍ଜଳି ସଭାରେ ସାମିଲ ହେବା ସହ ବେଶ କିଛି ସମୟ ଧରି ଭଜନ ଶୁଣିଥିଲେ ।

ବାରାଣସୀ ରାମନଗରରେ ଥିବା ଶାସ୍ତ୍ରୀଜୀଙ୍କ ଘରେ ପହଂଚି ସେଠାରେ ବେଶ କିଛି ସମୟ ବିତାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଶେଷ ପର୍ଯ୍ୟାୟ ମତଦାନ ପାଇଁ ନିର୍ବାଚନର ଶେଷ ଦିନରେ ମୋଦିଙ୍କ ରୋଡ ଶୋରେ ହଜାର ହଜାର ଜନସାଧାରଣ ସାମିଲ ହୋଇଛନ୍ତି ।

ଆଜି ୫ଟା ବେଳେ ନିର୍ବାଚନୀ ପ୍ରଚାର ଶେଷ ହେବ । ତେବେ ଏହାପୂର୍ବରୁ ଉତରପ୍ରଦେଶ ଗ୍ରାମାଂଚଳରେ ବିଜେପିର ସ୍ଥିତିକୁ ଦୃଢ କରିବା ପାଇଁ ମୋଦି ଚେଷ୍ଟା ଚଳାଇଛନ୍ତି ।