ଉତ୍ତରପ୍ରଦେଶରେ ନିର୍ବାଚନ ପ୍ରଚାର ବେଳେ ଓଡିଶାର ଉଦାହରଣ ନେଲେ ପ୍ରଧାନମନ୍ତ୍ରୀ ମୋଦି

47

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ନିର୍ବାଚନ ପ୍ରଚାର ଅବସରରେ ଓଡିଶାର ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦେଶରେ ସବୁଠାରୁ ଅଧିକ ଗରିବ ଓଡିଶାରେ ଅଛନ୍ତି ବୋଲି ସେ କହିଛନ୍ତି । ତେବେ ଗତ ପଂଚାୟତ ନିର୍ବାଚନରେ ଓଡିଶାବାସୀ ବିଜେପି ଉପରେ ଆସ୍ଥା ପ୍ରକଟ କରି ବିପୁଳ ସମର୍ଥନ ଦେଇଛନ୍ତି । ଅଶିକ୍ଷା, ବେରୋଜଗାରୀ, ଅନାହାର ମୃତ୍ୟୁ ପ୍ରସଙ୍ଗ ଉଠିଲେ ଓଡିଶାର ନାଁ ପ୍ରଥମେ ଆସେ ।

ଓଡିଶାରେ ବିଜେପିକୁ ପତାକା ରଖିବାକୁ ମଧ୍ୟ ସ୍ଥାନ ମିଳୁ ନଥିଲା । କିନ୍ତୁ ଓଡିଶା ଭଳି ଗରିବ ରାଜ୍ୟରେ ପଂଚାୟତ ନିର୍ବାଚନରେ ବିଜେପିକୁ ଏତେ ସମର୍ଥନ ମିଳିଛି ଯେ ସାରା ଦେଶରେ ଚର୍ଚ୍ଚା ପାଲଟିଛି । ତେଣୁ ଭବିଷ୍ୟତରେ ଆଉ କୌଣସି ଦଳର ଚିହ୍ନବର୍ଣ୍ଣ ରହିବ ନାହିଁ ବୋଲି ମଧ୍ୟ ଆଶା ପ୍ରକଟ କରିଛନ୍ତି ମୋଦି ।