ପ୍ରଧାନମନ୍ତ୍ରୀ ମୋଦି ଏବେ ପର୍ଯ୍ୟନ୍ତ ନେଇ ନାହାନ୍ତି ଗୋଟିଏ ବି ଛୁଟି ! ୨୪ ଘଂଟା ରୁହନ୍ତି ଡ୍ୟୁଟିରେ

69

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନ ରାତି ଦେଶ ପାଇଁ କାମ କରନ୍ତି । ଏକଥା ଆମେ ନୁହେଁ, ସରକାରୀ ଦସ୍ତାବିଜ କହୁଛି । ବିଗତ ବର୍ଷ ଏକ ଆରିଟିଆର ଜବାବରେ ପିଏମଓ ଏକଥା ସ୍ପଷ୍ଟ କରିଥିଲେ ଯେ ମୋଦି ଛୁଟି ନିଅନ୍ତି ନାହିଁ । ଏଥିଯୋଗୁଁ ପିଏମଓ ପାଖରେ ମୋଦିଙ୍କ ଛୁଟି ସମ୍ମନ୍ଧୀୟ କୌଣସି ରେକର୍ଡ଼ ନଥିଲା । ପୁରା ଭାରତ ଜାଣେ ପ୍ରଧାନମନ୍ତ୍ରୀ ମୋଦି କେତେ ପରିଶ୍ରମୀ । ସେ ସବୁବେଳେ ନିଜ ଭାଷଣରେ କୁହନ୍ତି ମୁଁ କେତେବେଳ ଶାନ୍ତିରେ ବସିବା ପାଇଁ ଚାହେଁ ନାହଁ । ଦେଶର ପରବର୍ତ୍ତନ ଦିଗରେ ସବୁବେଳେ ଚେଷ୍ଟା କରିବି । ମୋଦିଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ ଜାଣନ୍ତି, କେଉଁ ମୁହୂର୍ତ୍ତରେ କିମ୍ବା କୌଣସି ବି ପରିସ୍ଥିତିରେ ତାଙ୍କ ସହ ସମ୍ପର୍କ କରାଯାଇପାରେ ।

Modiନିଜକୁ ଜନତାଙ୍କ ସେବକ କହୁଥିବା ମୋଦିଙ୍କ ଏହି ଅଭ୍ୟାସ ଯୋଗୁଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ତାଙ୍କ ଉପରେ ପ୍ରଭାବିତ ଥିଲେ ଓ ମୋଦିଙ୍କୁ ବହୁତ ପସନ୍ଦ କରୁଥିଲେ । ଆରଟିଆଇରେ କୁହାଯାଇଛି ଦେଶର ପ୍ରଧାନମନ୍ତ୍ରୀ ଏପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଭାବେ ପଦ ସମ୍ଭାଳିବା ପରେ କୌଣସି ଛୁଟି ନେଇ ନାଆନ୍ତି । ଆରଟିଆଇର ଏକ ଆବଦେନର ଜବାବ ଅନୁସାରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସୂଚନା ଦେଇଛନ୍ତି, ପ୍ରଧାନମନ୍ତ୍ରୀ ସବୁବେଳ ଡ୍ୟୁଟିରେ ଥାଆନ୍ତି । ତେବେ ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ ମୋଦିଙ୍କ କିଛି ଲୋକ କଲ୍ୟାଣ ଯୋଜନା ବିଷୟରେ . . . .

ସ୍ୱଚ୍ଛ ଭାରତ ଅଭିଯାନ –
ସ୍ୱଚ୍ଛ ଭାରତ ଅଭିଯାନ ମୋଦି ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ପରିବେଶ ସଫାଇ ଅଭିଯାନ । ଏହା ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ଵପ୍ନକୁ ସାକାର କରିବା ନିମନ୍ତେ ତାଙ୍କର ୧୫୦ତମ ଜୟନ୍ତୀ ଉପଲକ୍ଷେ ୨ ଅକ୍ଟୋବର ଆରମ୍ଭ ହୋଇଥିଲା ।

ସୁକନ୍ୟା ସମୃଦ୍ଧି ଯୋଜନା –
ଭାରତର କନ୍ୟା ମାନଙ୍କ ସମୃଦ୍ଧି ଯଥା କନ୍ୟାର ଶିକ୍ଷା ଏବଂ ବିବାହ ଖର୍ଚ୍ଚ ଭରଣା ପାଇଁ ଏକ ସଞ୍ଚୟ ଯୋଜନା ।narendra-modi- ସୁକନ୍ୟା ସମୃଦ୍ଧି ଯୋଜନା ଅନ୍ତର୍ଗତ ପିତାମାତା କିମ୍ବା ଆଇନଗତ ଅଭିଭାବକମାନେ ୧୦ ବର୍ଷରୁ କମ ଝିଅମାନଙ୍କ ପାଇଁ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିବାର ସୁଯୋଗ ପାଇବେ । ଏହି ଯୋଜନା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ ଜାନୁଆରୀ ୨୨ ତାରିଖରେ ଉଦଘାଟନ କରିଥିଲେ । ଏହା ନରେନ୍ଦ୍ର ମୋଦିଙ୍କର ବେଟି ବଚାଓ ବେଟି ପଢ଼ାଓ ପ୍ରଚାରର କାର୍ଯ୍ୟକ୍ରମର ଅଂଶବିଶେଷ ଅଟେ ।

ବେଟି ବଚାଓ ବେଟି ପଢ଼ାଓ ଯୋଜନା –
ଶିଶୁ କନ୍ୟାକୁ ବଞ୍ଚାଅ, ଝିଅକୁ ପଢ଼ାଅ ଭାରତ ସରକାରଙ୍କ ଏକ ଯୋଜନା । ଯାହାର ଲକ୍ଷ୍ୟ ହେଉଛି ଶିଶୁ କନ୍ୟାର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି, ମହିଳାଙ୍କ କାର୍ଯ୍ୟଦକ୍ଷତା ଏବଂ ସାମଗ୍ରିକ ଅଭିବୃଦ୍ଧି । ନରେନ୍ଦ୍ର ମୋଦି ୨୨ ଜାନୁଆରୀ ୨୦୧୫ରେ ହରିଆଣାର ପାନିପଥଠାରେ ଏହି ଯୋଜନାର ଉଦଘାଟନ କରିଥିଲେ ।

ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା –
narendramodipti-m୧ ମଇ ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଉଦଘାଟିତ ସମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ଏକ ବୀମା ଯୋଜନା । ଯୋଜନାର ଅବଧି ଏକ ବର୍ଷ ଅଟେ । ଯାହାର ନବୀକରଣ ପ୍ରତ୍ୟେକ ବର୍ଷ କରାଯାଇଥାଏ । ଦୁର୍ଘଟଣା ବୀମା ଯୋଜନା ଅନ୍ତର୍ଗତ ଦୁର୍ଘଟଣା ଜନିତ ମୃତ୍ୟୁ କିମ୍ବା ବିକଳାଙ୍ଗ ସ୍ଥିତିରେ ଏହି ବୀମା କଭରର ସୁବିଧା ମିଳିଥାଏ । ପ୍ରାଥମିକ ପର୍ଯ୍ୟାୟରେ ସାର୍ବଜନୀନ କ୍ଷେତ୍ରର ବୀମା କମ୍ପାନୀମାନଙ୍କ ଜରିଆରେ ଏହାର ଉପଲବ୍ଧ ଏବଂ ପରିଚାଳନା କରାଯାଉଛି ।

ପ୍ରଧାନମନ୍ତ୍ରୀ ଜନଧନ ଯୋଜନା –
ନରେନ୍ଦ୍ର ମୋଦୀଙ୍କଦ୍ଵାରା ଅଗଷ୍ଟ ୨୮, ୨୦୧୪ରେ ଶୁଭାରମ୍ଭ କରିଥିଲେ ଜନଧନ ଯୋଜନା । ଏହି ଯୋଜନାକୁ ସେ ତାଙ୍କର ପ୍ରଥମ ସ୍ଵାଧିନତା ଦିବସ ଅଭିଭାଷଣରେ ଘୋଷଣା କରିଥିଲେ । ଭାରତୀୟ ବିତ୍ତ ମନ୍ତ୍ରଣାଳୟଦ୍ଵାରା ପରିଚାଳିତ, ଉଲ୍ଲେଖନୀୟ ଭାବେ ଏହା ଉଦଘାଟନର ପ୍ରଥମ ଦିବସରେ ୧.୫ କୋଟି ବ୍ୟାଙ୍କ ଖାତା ଏହି ଯୋଜନା ଅଧିନରେ ଖୋଲାଯାଇଥିଲା । ୨୮ ଜାନୁଆରୀ ୨୦୧୫ ସୁଦ୍ଧା ୧୨.୫୮ କୋଟି ଆକାଉଣ୍ଟ ଖୋଲା ଯାଇଥିଲା ଯେଉଁଥିରେ ପାଖାପାଖି ୧୦୫୯୦ କୋଟି ଟଙ୍କା ଜମା ରଖାଯାଇଥିଲା । ଏଥିରେ ଶୁନ୍ୟ ବାଲାନ୍ସର ନୂଆ ଆକାଉଣ୍ଟ ଖୋଲାଯିବାକୁ ବିକଳ୍ପ ମଧ୍ୟ ଥିଲା । ଏ