ମୋଦି ଆଣିବେ ‘ସୌଭାଗ୍ୟ’ ! ସବୁ ଗରିବଙ୍କୁ ମାଗଣାରେ ୫ଟି ଏଲଇଡି ବଲ୍ବ ଓ ଗୋଟିଏ ଲେଖାଏଁ ଫ୍ୟାନ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ

86

କନକ ବ୍ୟୁରୋ : ଦେଶର ପ୍ରତି ପରିବାରକୁ ବିଜୁଳି ଆଲୋକ ପହଁଚାଇବା ପାଇଁ ପ୍ରଧାନମନ୍ତ୍ରୀ ନୂଆ ଯୋଜନା ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ସହଜ ବିଜୁଳି ହର ଘର ଯୋଜନା ‘ସୌଭାଗ୍ୟ’ ଦ୍ୱାରା ଦେଶର ସବୁ ପରିବାରକୁ କିପରି ବିଜୁଳି ସଂଯୋଗ ହୋଇପାରିବ ତାହା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ । ୨୦୧୯ ମାର୍ଚ ୩୧ ତାରିଖ ମଧ୍ୟରେ ଏହି ଲକ୍ଷ୍ୟ ପୂରଣ କରାଯିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।

modi-ongc-event (1)ପ୍ରଧାନମନ୍ତ୍ରୀ ମୋଦି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଶତାବ୍ଦୀ ପାଳନ ଅବସରରେ ଓଏନଜିସିର ଦୀନଦୟାଲ ଉର୍ଜା ଭବନ ଲୋକାର୍ପଣ କରି ଏହି ବଡ଼ ଯୋଜନା ଘୋଷଣା କରିଛନ୍ତି । ସୌଭାଗ୍ୟ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ୨୦୧୧ ଜନଗଣନା ଅନୁସାରେ ଥିବା ପ୍ରତି ଗରିବ ପରିବାରକୁ ମାଗଣାରେ ବିଜୁଳି ଯୋଗାଇ ଦିଆଯିବ । ସାମାଜିକ ଆର୍ଥିକ ଜନଗଣନା ଅନୁସାରେ ଥିବା ଗରିବ ପରିବାରକୁ ମାଗଣା ବିଜୁଳି କନେକସନ ଯୋଗାଇ ଦିଆଯିବ । ଏପିଏଲ ପରିବାରକୁ ୧୦ ଟି କିସ୍ତିରେ ୫୦୦ ଟଙ୍କା ନିଆଯାଇ କନେକସନ ଯୋଗାଇ ଦିଆଯିବ । ଏହା ସହ ଗରିବ ପରିବାରଙ୍କୁ ୫ଟି ଏଲଡି ଲାଇଟ୍ , ଗୋଟିଏ ଡିସି ଫ୍ୟାନ୍ ଏବଂ ଦୁର୍ଗମ ଅଂଚଳକୁ ଏକ ବ୍ୟାଟେରୀ ବ୍ୟାଙ୍କ୍ ମଧ୍ୟ ମାଗଣାରେ ମିଳିବ । ୫ ବର୍ଷ ପାଇଁ ମରାମତି ଖର୍ଚ ମଧ୍ୟ ଏହି ଯୋଜନାରେ ଯୋଗାଇ ଦିଆଯିବ ।

ଏହି ଯୋଜନା ପାଇଁ ପ୍ରତି ଗାଁରେ କ୍ୟାମ୍ପ ଲଗାଯାଇ ବିଦ୍ୟୁତ୍ କନେକ୍ସନ ଯୋଗାଇ ଦିଆଯିବ । ମୋବାଇଲ ଆପ୍ ମାଧ୍ୟମରେ ୫୦ ଟଙ୍କାରେ ବିଜୁଳି ମୋବାଇଲ ଦ୍ୱାରା ମଧ୍ୟ ରିଚାର୍ଜ କରାଯାଇପାରିବ । ଯେଉଁଠାରେ ଲାଇନ ଖରାପ ହେବ ତୁରନ୍ତ ମରାମତି କରିବା ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରାଯିବ । ଏହି ଯୋଜନା ପାଇଁ ୧୬ ହଜାର ୩୨୦ କୋଟି ଟଙ୍କାର ବ୍ୟୟ ବରାଦ ରଖାଯାଇଥିବା କହିଛନ୍ତି ମୋଦି । ଏଥିରେ କେନ୍ଦ୍ର ସରକାର ଖର୍ଚ କରିବେ ୧୨ ହଜାର ୩୨୦ କୋଟି ଟଙ୍କା । ସୌଭାଗ୍ୟ ଯୋଜନାରେ ମୋଟ ଅଟକଳର ୬୦ ପ୍ରତିଶତ ଅନୁଦାନ କେନ୍ଦ୍ର ସରାକର ବହନ କରିବେ ଏବଂ ବିଶେଷ ରାଜ୍ୟ ପାଇଁ ୮୫ ପ୍ରତିଶତ ଅନୁଦାନ ବହନ କରିବେ ।

modi-saubhagya-yojna-1506346302 (1)ରାଜ୍ୟ ସରାକରଗୁଡ଼ିକ ୧୦ ପ୍ରତିଶତ ଅନୁଦାନ ଆକାରରେ ଦେବେ । ଏହି ଯୋଜନା ଦ୍ୱାରା ଦେଶର ବିକାଶ ଗତି ବୃଦ୍ଧି ପାଇବ । ଶିକ୍ଷା, ସ୍ୱାସ୍ଥ୍ୟ ଗମନାଗମନ କ୍ଷେତ୍ରରେ ସୁଧାର ଆସିପାରିବ । ଆର୍ଥିକ ବିକାଶ ହେବା ସହ ସାମାଜିକ ବିକାଶ ମଧ୍ୟ ହେବ । ଗାଁ ଓ ଦୁର୍ଗମ ଅଂଚଳରେ ରହୁଥିବା ମହିଳା, ଶିଶୁ ଏବଂ ଶିକ୍ଷାର୍ଥୀମାନଙ୍କ ଜୀବନର ସ୍ତରରେ ଉନ୍ନତିରେ ସହାୟକ ହୋଇପାରିବ ବୋଲି ମୋଦି କହିଛନ୍ତି । ଏହା ସହିତ କିରାସିନ ପାଇଁ ସବସିଡି ଆକାରରେ ଯେଉଁ ବଡ଼ ପରିମାରଣ ଅର୍ଥ ଖର୍ଚ କରାଯାଉଛି ତାହା ମଧ୍ୟ ସଂଚୟ କରାଯାଇପାରିବ । ଏହି ଯୋଜନାକୁ ଲାଗୁ କରିବା ପାଇଁ ନୋଡାଲ ଏଜେନସି ଭାବେ ରୁରାଲ ଇଲେକ୍ଟ୍ରିଫିକେସନ କରପୋରେସନ ଲିମିଟେଡକୁ ଦାୟିତ୍ୱ ଦିଆଯିବାକୁ ନିଷ୍ପତି ହୋଇଛି ।