ବଜେଟ୍ ପୂର୍ବରୁ ଅର୍ଥନୀତିଜ୍ଞ ଓ ଶିଳ୍ପ ବିଶେଷଜ୍ଞଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ । ଜୁଲାଇ ୫ରେ ଉପସ୍ଥାପିତ ହେବ ବଜେଟ୍ ।

150

କନକ ବ୍ୟୁରୋ : ଆସନ୍ତା ମାସ ୫ ତାରିଖରେ କେନ୍ଦ୍ର ବଜେଟ ଉପସ୍ଥାପନ ହେବାକୁ ଯାଉଥିବାବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ଥନୀତିଜ୍ଞ ଓ ଶିଳ୍ପଜଗତର ପ୍ରତିନିଧିମାନଙ୍କୁ ଭେଟିଛନ୍ତି । ଏହି ଅବସରରେ କେନ୍ଦ୍ର ବାଣିଜ୍ୟମନ୍ତ୍ରୀ ପିୟୁଷ ଗୋଏଲ ଓ କେନ୍ଦ୍ର ପରିସଂଖ୍ୟାନ ଓ ଯୋଜନା ରୂପାୟନ ମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂ ଉପସ୍ଥିତ ଥିଲେ । କିନ୍ତୁ  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ନଥିଲେ । ଏହି ଅବସରରେ ଶିଳ୍ପ ଜଗତର ପ୍ରତିନିଧିମାନେ ବିଭିନ୍ନ ବିଷୟରେ ଦାବି ରଖିଥିଲେ ।

ଏହି ଅଧିବେଶନରେ ଅଂଶଗ୍ରହଣକାରୀମାନେ ୫ଟି ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ସେମାନଙ୍କ ମତ ରଖିଥିଲେ । ସମଷ୍ଟିଗତ-ଅର୍ଥବ୍ୟବସ୍ଥା ଓ ନିଯୁକ୍ତି, କୃଷି ଓ ଜଳସେଚନ, ରପ୍ତାନୀ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଆଦି ଅର୍ଥନୈତିକ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ଅର୍ଥ ବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ମତ ଏବଂ ବିଚାର ବ୍ୟକ୍ତ କରିଥିବାରୁ ଅଂଶଗ୍ରହଣକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜ୍ଞାପନ କରିଥିଲେ । ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଏବଂ କେନ୍ଦ୍ର ସରକାର ଓ ନୀତି ଆୟୋଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ ।