ଅରୁଗୁଳ ଆଇଆଇଟି କ୍ୟାମ୍ପସରେ ପ୍ରଧାନମନ୍ତ୍ରୀ : ପାଇକ ବିଦ୍ରୋହ ଷ୍ଟାମ୍ପ ଏବଂ ମୁଦ୍ରାର କଲେ ଉନ୍ମୋଚନ, ଲଳିତଗିରି ସଂଗ୍ରାହଳୟର କଲେ ଲୋକାର୍ପଣ

165

କନକ ବ୍ୟୁରୋ: ଦିନିକିଆ ଓଡିଶା ଗସ୍ତରେ ଆସିଥିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁ ସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରେ ପହଂଚିଥିଲେ ମୋଦି । ତେବେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ବରିଷ୍ଠ ବିଜେପି ନେତାମାନେ ସ୍ୱାଗତ କରିଥିଲେ। ପରେ ଶ୍ରୀ ମୋଦି ହେଲିକାପ୍ଟର ଯୋଗେ ଜଟଣୀ ଅରୁଗୁଳ ସ୍ଥିତି ଆଇଆଇଟି କ୍ୟାମ୍ପସରେ ପହଂଚିଥିଲେ ।

ଜଟଣୀ ଅରୁଗୁଳ ସ୍ଥିତ ଆଇଆଇଟି କ୍ୟାମ୍ପସର ଲୋକାର୍ପଣ କରିବା ସହ ବହୁ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତି ଉପଲକ୍ଷେ ପାଇକ ବିଦ୍ରୋହ ସ୍ମାରକୀ ମୁଦ୍ରା ଓ ଡାକଟିକେଟ ଜାରି କରିବା ସହିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁ ଚେୟାର ପ୍ରତିଷ୍ଠାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥି ସହିତ ହିଁ ଲଳିତଗିରି ସଂଗ୍ରାହଳୟର ଲୋକାର୍ପଣ କରିଛନ୍ତି ମୋଦି ।