ଗୋଟିଏ ମଂଚରେ ପ୍ରଧାନମନ୍ତ୍ରୀ ଓ ଯୋଗଗୁରୁ ! ମୋଦୀଙ୍କୁ ରାଷ୍ଟ୍ରଋଷି ସମ୍ମାନରେ ସମ୍ମାନିତ କଲେ ରାମଦେବ

24

କନକ ବ୍ୟୁରୋ: ଗୋଟିଏ ମଂଚରେ ମୋଦି-ରାମଦେବ । ହରିଦ୍ୱାରରେ ପତଂଜଳି ଆୟର୍ବେଦିକ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଉ ଏହି ଅବସରରେ ଗୋଟିଏ ମଂଚରେ ଏକାଠି ହୋଇଛନ୍ତି ପ୍ରଧାନମନ୍ତ୍ରୀ ଓ ଯୋଗଗୁରୁ ବାବା ରାମଦେବ । ଉଦଘାଟନ ପରେ ପୂରା ସଂସ୍ଥା ବିଷୟରେ ଅବଗତ ହୋଇଥିଲେ ମୋଦି ।

ଭିନ୍ନ ଭିନ୍ନ ଜଡିବୁଟି ଉପରେ ପ୍ରାୟ ୨ ଶହ ବୈଜ୍ଞାନିକ ପତଂଜଳି ଆୟର୍ବେଦିକ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଗବେଷଣା କରିବେ । ହରିଦ୍ୱାରରେ ପହଂଚିବା ପରେ ବାବା ରାମଦେବ ଓ ଆଚାର୍ଯ୍ୟ ବାଲକ୍ରିଷ୍ଣା ମୋଦିଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ରାମଦେବ କହିଥିଲେ ଯେ, ମୋଦି ଦେଶର ଗୌରବ ବୃଦ୍ଧି କରିଛନ୍ତି । ତେଣୁ ତାଙ୍କୁ ରାଷ୍ଟ୍ର ଋଷି ଭାବେ ସମ୍ମାନ କରାଯିବା ଉଚିତ ।