ସ୍କୁଲରେ ଆରମ୍ଭ ହେବ ସେକ୍ସ ଏଜୁକେସନ ! ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ରୀନ ସିଗନାଲ ।

141

ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ସେକ୍ସ ଏଜୁକେସନ । ଦେଶର ସମସ୍ତ ସ୍କୁଲର ପାଠ୍ୟକ୍ରମରେ ସେକ୍ସ ଏଜୁକେସନ ଏକ ଅଂଶ ହେବାକୁ ଯାଉଛି । ଏହି ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରୀନ ସିଗନାଲ ଦେଇଛନ୍ତି । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଯୋଜନା ‘ ଆୟୁଷ୍ମାନ ଭାରତ’ ଆଧାରରେ ଶନିବାର ଏପ୍ରିଲ ୧୪ ତାରିଖରେ ଛତିଶଗଡର ବିଜାପୁର ଠାରୁ ହେବ ।

ସ୍କୁଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନୁସାରେ ‘ରୋଲ ପ୍ଲେ ଏଣ୍ଡ ଆକ୍ଟିଭିଟି ବେସଡ’ ମଡ୍ୟୁଲ କୁ ପର୍ଯ୍ୟାୟକ୍ରମେ ଦେଶର ସମସ୍ତ ସ୍କୁଲରେ ଲାଗୁ କରାଯିବ । ଆଉ ଏଥି ପାଇଁ ଭଲ ଭାବେ ପ୍ରଶିକ୍ଷିତ ହୋଇଥିବା ଶିକ୍ଷକ ଏବଂ ଫେଲୋ ଏଜୁକେଟରଙ୍କର ସାହାଯ୍ୟ ନିଆଯିବ ।

ଯୁପିଏର ଏଭଳି ପ୍ରୟାସକୁ ଆଲୋଚନା କରିଥିଲେ ବିଜେପି ନେତା :

ଉଲ୍ଲେଖନୀୟ ଏହା ପୂର୍ବରୁ ମଧ୍ୟ ୟୁପିଏ ସରକାରଙ୍କ ଦ୍ୱାରା ଏଭଳି ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । କିନ୍ତୁ ୨୦୦୫ ମସିହାରେ ବିଜେପି ନେତା ଭେଙ୍କେୟା ନାଇଡୁଙ୍କ ଅଧ୍ୟକ୍ଷତାରେ ଥିବା ରାଜ୍ୟସଭା ସମିତି ଏ ବାବଦରେ ଆଲୋଚନା କରିଥିଲେ । ଏବଂ ଏହାକୁ ଚତୁରତା ଭରା ମିଠା କଥା ବୋଲି କହିଥିଲେ । ଯାହାର ବାସ୍ତବିକ ଉଦ୍ଦେଶ୍ୟ ସ୍କୁଲ ଗୁଡିକରେ ସେକ୍ସ ଶିକ୍ଷା ଦେବା ରହିଥିଲା ।

ଏହି ପାଠ୍ୟକ୍ରମରେ ବଢୁଥିବା ପିଲାମାନଙ୍କ ସହ ଯୋଡି ହୋଇଥିବା ବିଭିନ୍ନ କାହାଣୀକୁ ସାମିଲ କରାଯିବ । ଯେଉଁଥିରେ ଯୌନ ଏବଂ ପ୍ରଜନନ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ, ଯୌନ ଉତ୍ପୀଡନ, ଗୁଡ ଟଚ୍ ଏବଂ ବ୍ୟାଡ ଟଚ୍, ପୋଷଣ, ମାନସିକ ସ୍ୱାସ୍ଥ୍ୟ, ଯୌନ ସମ୍ବନ୍ଧରୁ ହେଉଥିବା ରୋଗ, ସଂକ୍ରାମକ ରୋଗ, କ୍ଷତ ଏବଂ ହିଂସା ଆଦି ବିଷୟ ସାମିଲ ହେବ । ପାଖାପାଖି ୨୨ ଘଣ୍ଟାର ଏହି କାର୍ଯ୍ୟକ୍ରମ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ସହ ପ୍ରଥମରୁ ହିଁ ସଂଯୁକ୍ତ ରହିଛି । ଏବଂ ଏହା ପାଖାପାଖି ୨୬ କୋଟି କିଶୋରଙ୍କୁ ଫାଇଦା ମିଳିବ ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସପ୍ତାହରେ ଗୋଟିଏ ପିରିୟଡ ଏହି କାର୍ଯ୍ୟକ୍ରମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ମଡ୍ୟୁଲରେ କିଶୋରମାନଙ୍କ ସମ୍ବନ୍ଧିତ ସମସ୍ୟାକୁ ଉପଯୁକ୍ତ ଭାବେ କୁହାଯିବ ।

ବିଜାପୁର ପୁରା ଦେଶର ୧୧୫ ଆଶାୟୀ ଜିଲ୍ଲା ଗୁଡିକରେ ସାମିଲ ରହିଛି । ଯାହାର ପରିଚୟ ସରକାର କରିଛନ୍ତି । ଏହି କାର୍ଯ୍ୟକ୍ରମ ଦ୍ୱାରା ସରକାର ଜିଲ୍ଲା ଗୁଡିକରେ ସବୁ ସମୟରେ ବିକାଶ କାର୍ଯ୍ୟ କରିଥାନ୍ତି । ଅଧିକାରୀ ଜଣଙ୍କ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ନବମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ । ଏବଂ ପରେ ଅନ୍ୟ ଛୋଟ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମଧ୍ୟ ପର୍ଯ୍ୟାୟକ୍ରମେ ଏଥିରେ ସାମିଲ କରାଯିବ । ଆଉ ଏଥି ପାଇଁ ପ୍ରତି ସ୍କୁଲର ଦୁଇ ଜଣ ଶିକ୍ଷକଙ୍କୁ ଚୟନ କରାଯାଇ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ।