ମୋଦି ୧ ରୁ ୧୮ ବର୍ଷ ବୟସର ଝିଅଙ୍କୁ ଦେଉଛନ୍ତି ୧୦ ହଜାର ଟଙ୍କା ? ଜାଣନ୍ତୁ ହ୍ୱାଟ୍ସଆପରେ ଭାଇରାଲ ହେଉଥିବା ମେସେଜର ସତ୍ୟତା ।

47

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧ ରୁ ୧୮ ବର୍ଷ ମଧ୍ୟରେ ବୟସ ଥିବା ବାଳିକାଙ୍କୁ ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ କରୁଛନ୍ତି । ଯଦି ଆପଣ ବି ଏହି ସୁବିଧାର ଫାଇଦା ଉଠାଇବାକୁ ଚାହାଁନ୍ତି ତେବେ ଏଥିପାଇଁ ଆପଣଙ୍କୁ ତଳେ ଦିଆଯାଇଥିବା ଲିଙ୍କରେ ଆବେଦନ କରିବାକୁ ପଡିବ ।

ଏହା ଏପରି ଏକ ମେସେଜ ଯାହା ହ୍ୱାଟ୍ସଆପ ଏବଂ ସୋସିଆଲ ମିଡିଆରେ ଲୋକମାନଙ୍କ ପାଖକୁ ପଠାଯାଉଛି । ଏହି ମେସେଜକୁ ନେଇ ଦାବି ମଧ୍ୟ କରାଯାଉଛି କି, ସୁକନ୍ୟା ସମୃଦ୍ଧି ଯୋଜନା ଜରିଆରେ ପିଏମ ମୋଦି ପ୍ରତି ୧ ବର୍ଷରୁ ୧୮ ବର୍ଷ ବୟସର ବାଳିକା ମାନଙ୍କୁ ୧୦ ହଜାର ଟଙ୍କା ଲେଖାଏ ପ୍ରଦାନ କରୁଛନ୍ତି । ଏହାପରେ ଯେବେ ଆପଣ ମେସେଜରେ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ କରିବା ମାତ୍ରେ ଆପଣଙ୍କ ସମ୍ମୁଖରେ ଏକ ୱିଣ୍ଡୋ ଓପନ ହୋଇଯିବ । ଏଥିରେ ଆପଣଙ୍କୁ ପ୍ରଧାନମନ୍ତ୍ରୀ ସମୃଦ୍ଧି ଯୋଜନା ଲେଖା ହୋଇଥିବାର ନଜର ଆସିବ । ଏହା ଏକ ଫର୍ମ ଅଟେ ଏଥିରେ ଆପଣ କନ୍ୟାର ନାମ, ଆବେଦକଙ୍କ ନାମ, ବୟସ ଏବଂ ରାଜ୍ୟକୁ ଚୟନ କରିବାକୁ ପଡିଥାଏ । ଏଥିରେ ଦିଆଯାଇଥିବା ଫର୍ମକୁ ଭରିବା ମାତ୍ରେ ଆପଣଙ୍କ ପାଖକୁ ଏକ ମେସେଜ ଆସିବ, ଯେଉଁଥିରେ ଲେଖାଥିବ ଆପଣଙ୍କ ଆବେଦନ ସଫଳତାପୂର୍ବକ ପୁରା ହୋଇଛି । ଏହାକୁ ଭେରିପିକେଶନ କରିବା ପାଇଁ ଆପଣଙ୍କୁ ୧୦ଟି ଗ୍ରୁଫରେ ଅଥବା ଅନ୍ୟ ବନ୍ଧୁଙ୍କୁ ଏହି ମେସେଜ ହ୍ୱାଟ୍ସଆପ ଜରିଆରେ ସେୟାର କରିବାକୁ ପଡିବ ।

କ’ଣ ରହିଛି ଏହା ପଛର ରହସ୍ୟ

ପ୍ରଥମ କଥା ହେଉଛି ଏହି ମେସେଜରେ ଦିଆଯାଇଥିବା ସମସ୍ତ ତଥ୍ୟ ଏବଂ ଲିଙ୍କ ଫର୍ଜି ଅଟେ । http://sukanya.online-yojna-registration.in/ ଏହି ଲିଙ୍କକୁ ଯଦି ଆପଣ ଠିକ ଭାବେ ଯାଞ୍ଚ କରିବେ ତେବେ ଜାଣିପାରିବେ ଏହି ଲିଙ୍କ କୌଣସି ସରକାରୀ ସଂସ୍ଥା ସହ ଯୋଡି ହୋଇ ରହିନଥିବାର ଜଣାପଡିବ । ଆପଣ ସୁକନ୍ୟା ସମୃଦ୍ଧି ଯୋଜନାର ସମ୍ପୁର୍ଣ୍ଣ ସୂଚନା https://www.india.gov.in/sukanya-samriddhi-yojna ଉପରେ କ୍ଲିକ କରି ଜାଣିପାରିବେ । ଏହା ବ୍ୟତୀତ ଅନ୍ୟ ସରକାରୀ ୱେବସାଇଟରୁ ମଧ୍ୟ ସୁକନ୍ୟା ସମୃଦ୍ଧି ଯୋଜନା ସମ୍ପର୍କରେ ସୂଚନା ପାଇପାରିବେ । ସବୁଠାରୁ ବଡ କଥା ହେଉଛି କାହା ପାଖକୁ ମେସେଜ ସେୟାର କରି କେହି କେବେ ଏହି ସୁବିଧାର ଫାଇଦା ଉଠାଇପାରିବେ ନାହିଁ । ଏହା କେବଳ ଲୋକଙ୍କୁ ଭ୍ରମିତ କରିବା ପାଇଁ ଏକ ଚାଲ ଅଟେ ।