ଆଜିଠାରୁ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ : ୬ ଦିନରେ ବୁଲିବେ ୪ଟି ରାଷ୍ଟ୍ର

21

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ୬ ଦିନିଆ ବିଦେଶ ଗସ୍ତରେ ଯାଉଛନ୍ତି । ଏହି ୬ ଦିନିଆ ଗସ୍ତରେ ମୋଦି ଜର୍ମାନ, ସ୍ପେନ, ରୁଷ ଓ ଫ୍ରାନ୍ସ ଯିବେ । ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତର ମୁଖ୍ୟ ଏଜେଣ୍ଡା ରହିଛି ଇକୋନମିକ, ସାଇନ୍ସ, ନ୍ୟୁକ୍ଲିୟର କ୍ଷେତ୍ରରେ ଦ୍ୱିପାକ୍ଷିକ ସଂପର୍କ ବୃଦ୍ଧି । ଏହାଛଡା ୟୁରୋପିୟନ ୟୁନିଅନ ସହ ମୁକ୍ତବାଣିଜ୍ୟ ବୁଝାମଣା ଓ ଆତଙ୍କବାଦ ବିରୋଧୀ ଲଢେଇ ଉପରେ ଫୋକସ ରହିବ ।

ଆଜି ପ୍ରଧାନମନ୍ତ୍ରୀ ଜର୍ମାନ ଚାନସେଲର ଏଂଜେଲା ମୋର୍କେଲଙ୍କୁ ଭେଟିବେ । ଏହି ଅବସରରେ ମୋଦି ବାଣିଜ୍ୟ, ନିବେଶ, ସ୍ୱାସ୍ଥ୍ୟ, ଆତଙ୍କବାଦ ବିରୋଧୀ ଲଢେଇ ଆଦି ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିବେ । ଜର୍ମାନ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ପରେ ଆସନ୍ତାକାଲି ସ୍ପେନ ଯିବେ ମୋଦି । ମୋଦି କହିଛନ୍ତି ଜର୍ମାନ, ଫ୍ରାନ୍ସ, ରୁଷ ଓ ସ୍ପେନ ଗସ୍ତର ଉଦ୍ଦେଶ୍ୟ ହେଉଛି, ଦ୍ୱିପାକ୍ଷିକ ଆର୍ଥିକ ସଂପର୍କରେ ସୁଦୃଢତା ଆଣିବା ଓ ଅଧିକ ପୁଞ୍ଜିନିବେଶକୁ ଆମନ୍ତ୍ରଣ କରିବା ।