ରାଲିରେ ଦଳାଚକଟା ଆଶଙ୍କା, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୧୪ ମିନିଟରେ ଶେଷ କରିବାକୁ ପଡିଲା ଭାଷଣ 

300

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି । ସେ ମମତା ସରକାରଙ୍କ ଉପରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ହିଂସା ଷଡଯନ୍ତ୍ର ରଚିବା ଅଭିଯୋଗ ଲଗାଇଲେ । ଏହା ମଧ୍ୟରେ ଏମିତି ସ୍ଥିତି ସୃଷ୍ଟି ହୋଇଗଲା କି, ପ୍ରଧାନମନ୍ତ୍ରୀଙ୍କୁ ୧୪ ମିନିଟରେ ନିଜ ଭାଷଣ ଶେଷ କରିବାକୁ ପଡିଲା ।

ପ୍ରକୃତରେ ରାଲିରେ ଅଧିକ ଭିଡ ହେବା କାରଣରୁ ପରିସ୍ଥିତି ବିଗିଡିଗଲା ଓ ଲୋକମାନେ ପରସ୍ପରକୁ ଧକ୍କା ମାରିବାକୁ ଲାଗିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ବି ଲୋକଙ୍କୁ ଶାନ୍ତ ରହିବାକୁ କହିଲେ, କିନ୍ତୁ ପରିସ୍ଥିତି ଅଣାୟତ୍ତ ହେବାରୁ ନିଜ ଭାଷଣକୁ ଛୋଟ କରିବାକୁ ପଡିଲା । ରାଲିରେ ଭିଡକୁ ଦେଖି ଖୁସି ହୋଇ ପିଏମ୍ କହିଲେ କି, କାର୍ଯ୍ୟକର୍ତ୍ତାଙ୍କ ଉତ୍ସାହ ପାଇଁ ଏହି ଜାଗା କମ୍ ହୋଇଗଲା ଏବଂ ମଇଦାନ ଛୋଟ ପଡିଯାଉଛି । ଏଥିରେ ଲୋକଙ୍କ ଅସୁବିଧା ହେଉଛି ।