ଚନ୍ଦ୍ରଯାତ୍ରାକୁ ଚାମ୍ବରରୁ ଦେଖିଲେ ପ୍ରଧାନମନ୍ତ୍ରୀ: ତାଳି ମାରିଲେ, ଶୁଭେଚ୍ଛା ଜଣାଇଲେ

180

କନକ ବ୍ୟୁରୋ: ଭାରତର ଜହ୍ନଯାତ୍ରାକୁ ଦେଖିଲେ ଭାରତର ପ୍ରଧାନମନ୍ତ୍ରୀ । ଭାରତ ଯେତେବେଳେ ଜହ୍ନକୁ ଯାତ୍ରା ପାଇଁ ଜୁ ଗୋଟାଉଥିଲା ଆଉ ଚନ୍ଦ୍ରକୁ ୨ୟ ଅଭିଯାନ ଆରମ୍ଭ କରୁଥିଲା । ସେତେବେଳେ ସେଇ ଅବିସ୍ମରଣୀୟ ମୁହୂର୍ତ୍ତକୁ ଆଖି ପୂରାଇ ଦେଖୁଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ଚାମ୍ବରରୁ ସେହି ଐତିହାସିକ ଦୃଶ୍ୟକୁ ଦେଖୁଥିଲେ ମୋଦି ।

 

ମହାକାଶକୁ ଚନ୍ଦ୍ରାୟନ-୨ ପ୍ରକ୍ଷେପଣର ଦୃଶ୍ୟକୁ ମନ ଭରି ଅତି ଗମ୍ଭୀରତାର ସହ ଦେଖୁଥିଲେ ମୋଦି । ଶ୍ରୀହରିକୋଟାରୁ ହେଉଥିବା ସିଧାପ୍ରସାରଣକୁ ନିଜ ଚାମ୍ବରରେ ଲାଗିଥିବା ଟିଭିରେ ଦେଖୁଥିଲେ ମୋଦି । ଆଉ ଉତକ୍ଷେପଣ ହେବା ପରେ ସମସ୍ତଙ୍କ ସହ ସେ ମଧ୍ୟ ତାଳି ମାରି ନିଜର ଖୁସି ବ୍ୟକ୍ତ କରିଥିଲେ ।

ତେବେ ଭାରତର ୨ୟ ଚନ୍ଦ୍ରଯାତ୍ରାକୁ ନେଇ ଟ୍ୱିଟ କରିଛନ୍ତି ମୋଦି । ଏହା ଭାରତ ପାଇଁ ଏକ ଐତିହାସିକ କ୍ଷଣ । ଚନ୍ଦ୍ରାୟନ-୨ର ସଫଳ ପରୀକ୍ଷଣ ସାରା ଦେଶ ପାଇଁ ଗର୍ବର ବିଷୟ । ସଫଳତା ପଛରେ ଥିବା ସମସ୍ତ ସଦସ୍ୟଙ୍କୁ ପୂରା ଦେଶ ପକ୍ଷରୁ ଶୁଭେଚ୍ଛା ବୋଲି ମୋଦି ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।