ମୋଦି କେୟାରରେ ଫସିଗଲେଣି ମୋଦି ! ୨୦୧୯ ପୂର୍ବରୁ “ଆୟୁଷ୍ମାନ ଭାରତ”ରେ ୫୦ କୋଟି ଭାରତୀୟଙ୍କୁ ସାମିଲ କରାଇବା ନେଇ ସମସ୍ୟାରେ ମୋଦି ।

59

ଅଧୁରା ରହିଯିବ କି ‘ମୋଦି କେୟାର’ ତଥା ଆୟୁଷ୍ମାନ ଭାରତ ଭଳି ମହତକାଂକ୍ଷୀ ଯୋଜନା । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ୫୦ କୋଟି ଭାରତୀୟଙ୍କୁ ସ୍ୱାସ୍ଥ୍ୟବୀମା କରାଇବା ପାଇଁ ମୋଦି ସରକାର ଉଦ୍ୟମ ଜାରି ର୍ଖିଛନ୍ତି । ହେଲେ ଏହାକୁ ଲାଗୁ କରିବା ପାଇଁ ମୋଦିଙ୍କ ସାମ୍ନାରେ ରହିଛି ଅନେକ ଚ୍ୟାଲେଞ୍ଜ । ମୋଦି କେୟାର ଯଥା ଆୟୁଷ୍ମାନ ଭାରତ ନାମରେ ଜଣାଶୁଣା ଏହି ଯୋଜନା ଘୋଷଣା ହେବାରେ ୫ ମାସ ବିତିବା ମଧ୍ୟରେ ଏବେବି ସରକାର ହସ୍ପିଟାଲ ଓ ବୀମା କମ୍ପାନୀମାନଙ୍କ ଚକ୍କରରେ ଫସି ରହିଥିଲା ଜଣାପଡିଛି । ତେବେ ଆସନ୍ତା ଅଗଷ୍ଟ ମାସରେ ଏହାକୁ ଲଞ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର । ଏହି ଯୋଜନାରେ ମୋଦି ସରକାର ଯେତିକି ଲୋକଙ୍କୁ ଏହାର ଅର୍ନ୍ତଭୂକ୍ତ କରିବା ପାଇଁ ଯାଉଛନ୍ତି ତାହା ପୁରା ଦକ୍ଷିଣ ଆମେରିକାର ଜନସଂଖ୍ୟା ଠାରୁ ମଧ୍ୟ ଅଧିକ ।

ରିପୋର୍ଟ ମୁତାବକ ଆୟୁଷ୍ମାନ ଭାରତ ଯୋଜନା ଜରିଆରେ ଦେଶର ୪୦ ପ୍ରତିଶତ ଗରିବଙ୍କୁ ସ୍ୱାସ୍ଥ୍ୟବୀମାରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ୨୦୧୭ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ ଦେଶରେ ବଢ଼ୁଥିବା ସ୍ୱାସ୍ଥ୍ୟ ଖର୍ଚ୍ଚ ଦେଶର ୫୨ କୋଟି ଜନତାଙ୍କୁ ଗରିବ ରେଖା ତଳକୁ ନେଇଯାଇଛି । ଅନ୍ୟପଟେ କଂଗ୍ରେସ ସମତେ ବିରୋଧୀ ଦଳ ମାନେ ମୋଦି ସରକାରଙ୍କ ଉପରେ ଗରିବଙ୍କ ତୁଳନାରେ ଉଦ୍ୟୋଗପତିଙ୍କ ପ୍ରତି ଅଧିକ ଧ୍ୟାନ ଦେଉଥିବାର ଅଭିଯୋଗ ମଧ୍ୟ ହେଉଛି । ସେପଟେ ମୋଦି ସରକାରଙ୍କ ଏହି ଯୋଜନା ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଜନ ସମର୍ଥନ ହାସଲ କରିବା ଉପରେ ବେଶ ପ୍ରଭାବ ପଡିବାନେଇ ସାଧରଣରେ ଚର୍ଚ୍ଚା ହେଉଛି । ଦେଶର ସର୍ବ ବୃହତ ଜନସଂଖ୍ୟକ ଯୋଜନା କାରଣରୁ ଅନେକ ଲୋକ ବାଦ ପଡିବା ଯୋଗୁଁ ଆନ୍ଧ୍ରପ୍ରଦେଶ ,ପଶ୍ଚିମବଙ୍ଗ ସରକାର ଏବଂ ଓଡିଶା ସରକାର ଦୃଢ଼ ଭାବେ ଏହି ଯୋଜନାକୁ ବିରୋଧ କରୁଛନ୍ତି । ତେବେ ବିରୋଧ କରୁଥିବା ରାଜ୍ୟମାନେ ନିଜ ନିଜର ସ୍ୱାସ୍ଥ୍ୟବୀମାକୁ କାର୍ଯ୍ୟକାରୀ କରାଇବା ପାଇଁ ମଧ୍ୟ ରୋକଠୋକ କେନ୍ଦ୍ର ସରକାରକୁ ଜଣାଇ ଦେଇଛନ୍ତି ।

ଯୋଜନାରେ ହିତାଧୀକାରୀଙ୍କୁ ଚିହ୍ନଟ କରାଯିବା ସହ ଆଇଟି ଇନଫ୍ରାଷ୍ଟ୍ରକଚର ମଧ୍ୟ ପ୍ରସ୍ତୁତ ରହିଛି । କିନ୍ତୁ ଏହି ଯୋଜାନାରେ ସରକାରୀ ଓ ଘରୋଇ ହସ୍ପିଟାଲ ଏବଂ ବୀମା କମ୍ପାନୀକୁ ସାମିଲ କରିବାର ପ୍ରକ୍ରିୟାକୁ ଅନ୍ତିମ ରୂପ ଦେବା ପାଇଁ ମଧ୍ୟ ସମସ୍ୟା ଉପୁଜୁଛି । କାରଣ ବିନା ଘରୋଇ ସେକ୍ଟରର ସହାୟତାରେ ଏପରି ଜନସଂଖ୍ୟକ ଯୋଜନା କାର୍ଯ୍ୟକାରୀ କରିବା ଅସମ୍ଭବ ସଦୃଶ ଯାହା ମୋଦି ସରକାରଙ୍କ ପାଇଁ ବଡ ସମସ୍ୟା ହୋଇ ଛିଡା ହୋଇଛି । କିନ୍ତୁ ଆଶା କରାଯାଉଛି ଯେ ଅଗଷ୍ଟ ୧୫ ତାରିଖ ଭିତରେ କେନ୍ଦ୍ର ସରକାର ଏହି ମହତକାଂକ୍ଷୀ ଯୋଜନାକୁ କାର୍ଯ୍ୟକାରୀ କରିବେ ।