ବନ୍ଧୁତ୍ୱର ରୋଡ ସୋ’ ! ଆଜି ଅହମ୍ମଦାବାଦରେ ମୋଦିଙ୍କ ସହ ଇସ୍ରାଏଲ ପ୍ରଧାନମନ୍ତ୍ରୀ କରିବେ ଆଠ କିଲୋମିଟରର ରୋଡ ସୋ

41

କନକ ବ୍ୟୁରୋ : ଆଜି ଗୁଜରାଟରେ ହେବ ବନ୍ଧୁତ୍ୱର ରୋଡ୍ ସୋ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ରୋଡ୍ ସୋ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଗୁଜରାଟରେ ପହଂଚିବା ପରେ ନେତାନ୍ୟାହୁଙ୍କୁ ଭବ୍ୟ ସ୍ୱାଗତ କରାଯିବ । ପରେ ଉଭୟ ନେତା ପ୍ରାୟ ୮ କିଲୋମିଟର ରୋଡ୍ ସୋ’ରେ ସାମିଲ ହେବେ । ବିମାନବନ୍ଦର ଠାରୁ ଆରମ୍ଭ ହୋଇ ସାବରମତୀ ଆଶ୍ରମ ପାଖରେ ଶେଷ ହେବ ଏହି ବିଶାଳ ରୋଡ୍ ସୋ । ନେତାନ୍ୟାହୁ ଓ ତାଙ୍କ ପତ୍ନୀ ସାରା ନେତାନ୍ୟାହୁଙ୍କ ସ୍ୱାଗତ ପାଇଁ ସଜେଇ ହୋଇଛି ଗୁଜରାଟ । ରୋଡ୍ ସୋ’ ଯିବାକୁ ଥିବା ରାସ୍ତା ସାରା ୫୦ଟି ମଂଚ ପ୍ରସ୍ତୁତ ହୋଇଛି । ବିଭିନ୍ନ ରାଜ୍ୟ ଓ ଜାତୀୟ ସଙ୍ଗଠନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଅତିଥିଙ୍କୁ ସ୍ୱାଗତ କରାଯିବ । ରୋଡ୍ ସୋ ପରେ ମୋଦିଙ୍କ ସହ ନେତାନ୍ୟାହୁ ଦମ୍ପତି ସାବରମତୀ ଆଶ୍ରମ ପରିଦର୍ଶନ କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ ଗତକାଲି ପ୍ରେମର ପ୍ରତୀକ ତାଜମହଲ ବୁଲିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁ । ଭାରତ ଗସ୍ତର ତୃତୀୟ ଦିନରେ ଆଜି ପ୍ରେମର ପ୍ରତୀକ ତାଜମହଲ ବୁଲି ଦେଖିଲେ ନେତାନ୍ୟାହୁ । ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କ ପତ୍ନୀ ସାରା ମଧ୍ୟ ତାଜମହଲ ଯାଇ ବୁଲି ଦେଖିଛନ୍ତି । ଇସ୍ରାଏଲ ଦମ୍ପତିଙ୍କୁ ସ୍ୱାଗତ କରିଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ତାଜମହଲ ଗସ୍ତ ପାଇଁ ସକାଳ ୧୦ଟା ୨୦ରୁ ମଧ୍ୟାହ୍ନ ୧୨ଟା ୩୦ ଯାଏଁ ପର୍ୟ୍ୟଟକଙ୍କ ପାଇଁ ତାଜମହଲ ବନ୍ଦ ରହିଥିଲା । ନେତାନ୍ୟାହୁଙ୍କ ଗସ୍ତ ନେଇ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଥିଲା ।