ମନ୍ତ୍ରୀଙ୍କୁ ହିସାବ ମାଗିଲେ ମୋଦି । କେଉଁ ବିଭାଗରେ କେତେ ହୋଇଛି ନିଯୂୁକ୍ତି ଦିଅନ୍ତୁ ହିସାବ

55

୨୦୧୯ ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ୪ ବର୍ଷରେ ପ୍ରଥମ ଥର ପାଇଁ ନିଯୁକ୍ତି ବାବଦରେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହିସାବ ମାଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଠି ଆପଣଙ୍କୁ ସୁଚାଇ ଦେଉଛୁ ଯେ ଆସନ୍ତା ମେ ୨୬ ତାରିଖର ମୋଦି ସରକାରଙ୍କ ପ୍ରଥମ ପାଳିର ୪ର୍ଥ ବର୍ଷ ପୂରଣ ହେବାକୁ ଯାଉଛି । ତେବେ ଭାରତରେ ବେକାରୀ ସମସ୍ୟା ହାର ୬.୨୩ ପ୍ରତିାତରୁ ୫.୮୬ ପ୍ରତିଶତ ହ୍ରାସ ହୋଇଥିବା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି ପକ୍ଷରୁ ଦର୍ଶାଯାଇଛି । ୨୦୧୪ ମେ ମାସରେ ମୋଦି ସରକାର କ୍ଷମତାକୁ ଆସିବାପରେ ବେକାରୀ ସମସ୍ୟା ସାମାନ୍ୟତମ ହ୍ରାସ ପାଇଛି ।

କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ୨୦୧୩ ଆଗ୍ରାର ଏକ ନିର୍ବାଚନୀ ପ୍ରଚାର ସମୟରେ କହିଥିଲେ ଯେ ବିଜେପି ସରକାର କ୍ଷମତାକୁ ଆସିଲେ ୩ ବର୍ଷ ମଧ୍ୟରେ ୧୦ କୋଟି ଯୁବକ ଯୁବତୀଙ୍କୁ ନିଯୁକ୍ତି ଯୋଗାଇ ଦେବ । ଏବଂ ଏହାପରେ ପୂର୍ବ ଲୋକସଭା ମତଦାନ ସମୟରେ ମୋଦି ଗଣମାଧ୍ୟକୁ ସୁଚନା ନେଇଥିଲେ ଯେ ୨୦୧୬-୧୭ ଅର୍ଥନୈତିକ ସର୍ଭେ ମୁତାବକ ଏବଂ କେନ୍ଦ୍ର ଶ୍ରମମନ୍ତ୍ରୀଙ୍କ ତଥ୍ୟ ଅନୁସାରେ ଦେଶର ନିଯୁକ୍ତି ହାର ମନ୍ଥର ଗତିରେ ବୃଦ୍ଧି ହୋଇଛି । କିନ୍ତୁ ବର୍ତ୍ତମାନ ତଥ୍ୟ ଅନୁସାରେ ମାତ୍ର ୫ ପ୍ରତିଶତ ବେକାରୀ ସମସ୍ୟା ଦୂର ହୋଇଥିବା ଜଣାପଡିଛି ।

ମୁଖ୍ୟତଃ ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା ଅନ୍ତର୍ଗତ ଅକ୍ଟୋବର ୨୦୧୭ ଶେଷ ସୁଦ୍ଧା ପୂର୍ବ ୩ ବର୍ଷ ଅପେକ୍ଷା ୩୯ ପ୍ରତିଶତ ନିଯୁକ୍ତି ସୁବିଧା ସୃଷ୍ଟି କରିଥିବା ଜଣାପଡିଛି । ଧିରେ ଧିରେ କ୍ଷମତା ପ୍ରତିବଦ୍ଧତା ମଧ୍ୟରେ ମୋଦି ସରକାରଙ୍କ ନିଯୁକ୍ତି ହାର ୨୦୧୫-୧୬ ମସିହାରେ ମଧ୍ୟ ୫ପ୍ରତିଶତ ହ୍ରାସ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡିଛି । ସେ ସମୟରେ ଜନସାଧାରଣଙ୍କୁ ମୋଦି କହିଥିଲେ ଯେ କଂଗ୍ରେସ ର ଶାସନ ଦେଶର ବେକାରୀ ସମସ୍ୟାକୁ ୧୦ ବର୍ଷ ପଛକୁ ନେଇଯାଇଛି । ଦେଶର ଜିଡିପି ବୃଦ୍ଧି ହୋଇଥିଲେ ମଧ୍ୟ ଦରଦାମରେ ନିୟନ୍ତ୍ରଣ ରଖିପାରି ନାହାଁନ୍ତି ମୋଦି ସରକାର । ୨୦୧୪ ହେଲେ ବର୍ତ୍ତମାନ ବିଜେପି ସରକାରଙ୍କ ପ୍ରଥମ ପାଳିର ୪ବର୍ଷ ପୁର୍ତ୍ତି ହେବାକୁ ବସିଲାଣି ମୋଦି କରିଥିବା ପ୍ରତିଶ୍ରୃତି ବିଫଳ ବୋଲି ସ୍ପଷ୍ଟ ପ୍ରମାଣିତ ହେଉଛି ।

• ୪ ବର୍ଷ ମଧ୍ୟରେ ଏଭଳି ନିଯୁକ୍ତି ହିସାବ ମାଗିବା ପ୍ରକୃତରେ କ”ଣ ଦର୍ଶାଉଛି?

• ୨୦୧୯ ସାଧାରଣ ନିର୍ବାଚନ ପାଇର୍ ପ୍ରସ୍ତୁତି ଆରମ୍ଭ କଲେ କି ମୋଦିି ?

• ନା ନୋଟ୍ ବନ୍ଦ କରି କଳାଧନ ଦେଶକୁ ଆଣିବାରେ ବିଫଳ ମୋଦି ଜନସାଧାଣଙ୍କ ମନରେ ପୁଣି ଘର କରି ଫ୍ରଣ୍ଟ ଲାଇନରେ ରହିବାକୁ ଚାହୁଁଛନ୍ତି?

• ହୁଏ ତ କର୍ଣ୍ଣାଟକ ନିର୍ବାଚନ ଫଳାଫଳ ପାଇଁ ମୋଦି ଖେଳୁଛନ୍ତି ଟ୍ରମ୍ପ କାର୍ଡ?