“ହାର୍ଟ ଅଫ୍ ଏସିଆ ସମ୍ମିଳନୀ’ରେ ମୋଦି ଓ ଅସରଫ୍‌ ଘାନିଙ୍କ ମଧ୍ୟରେ ହୋଇଛି ଦ୍ୱିପାକ୍ଷିକ କଥାବାର୍ତ୍ତା

25

କନକ ବ୍ୟୁରୋ : ଆତଙ୍କବାଦ ବିରୋଧରେ ମିଳିତ ଭାବେ ଲଢ଼େଇ ପାଇଁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ଶକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ । ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଚିହ୍ନଟ କରିବା ଦରକାର ବୋଲି “ହାର୍ଟ ଅଫ୍ ଏସିଆ ସମ୍ମିଳନୀ’ରେ ଯୋଗ ଦେଇ କହିଛନ୍ତି ମୋଦି ।

ଆଫଗାନିସ୍ଥାନ ପାଇଁ ଆତଙ୍କବାଦ ମୁଖ୍ୟ ସମସ୍ୟା । ପଡୋଶୀ ଆଫଗାନିସ୍ଥାନକୁ ସହଯୋଗ କରିବା ଆମର ଲକ୍ଷ୍ୟ । ପଂଜାବ ଅମୃତସରରେ ଚାଲିଥିବା “ହାର୍ଟ ଅଫ୍ ଏସିଆ ସମ୍ମିଳନୀ’ରେ ଆଜି ମନ୍ତ୍ରୀସ୍ତରୀୟ ଆଲୋଚନାକୁ ମିଳିତ ଭାବେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆଫଗାନିସ୍ତାନର ରାଷ୍ଟ୍ରପତି ଅସରଫ ଘାନୀ।

ଏହି ଉଦଘାଟନ କାର୍ଯ୍ୟକ୍ରମ ପୂର୍ବରୁ ମୋଦି ଏବଂ ଘାନୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ଏହି ସମ୍ମିଳନୀରେ ୪୦ଟି ଦେଶର ପ୍ରତିନିଧି ଯୋଗ ଦେଇଛନ୍ତି । ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ସରତାଜ୍ ଅଜିଜ୍ ମଧ୍ୟ ଯୋଗ ଦେଇଛନ୍ତି । ତେବେ ଅଜିଜଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ନେଇ ସମ୍ଭାବନା କ୍ଷୀଣ ରହିଛି ।