ଓ୍ଵାଶିଂଟନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

35

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ୍ଵାଶିଂଟନ୍ର ଜଏଣ୍ଟ୍ ବେଶ୍ ଆଣ୍ଡ୍ରିଉଜରେ ପହଞ୍ଚିଛନ୍ତି । ଭାରତୀୟ ରାଷ୍ଟ୍ରଦୂତ ନବତେଜ ସର୍ଣ୍ଣ ଏବଂ ଦିଲ୍ଲୀସ୍ଥିତ ଆମେରିକୀୟ ଦୂତାବାସର ଚାର୍ଜ ଡି’ଆଫେୟାର୍ସ ମେରିକେ’ ଲସ୍ କାର୍ଲସନ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପାଛୋଟି ନେଇଥିଲେ।

ଆଜି ସେ ଓ୍ଵାଶିଂଟନ୍ରେ ଶୀର୍ଷସ୍ତରୀୟ ‘ସିଇଓ’ମାନଙ୍କୁ ସାକ୍ଷାତ୍ କରିବେ। ସେଠାରୁ ଆଜି ପ୍ରଧାନମନ୍ତ୍ରୀ ତାଙ୍କର ମାସିକ ରେଡିଓ ଅଭିଭାଷଣ ‘ମନ୍ କି ବାତ୍’ ପ୍ରସାରଣ କରାଇବେ। ଆସନ୍ତାକାଲି ସୋମବାର ପ୍ରଧାନମନ୍ତ୍ରୀ ମୋଦି ହ୍ଵାଇଟ୍ ହାଉସରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିବେ।