ସଚେତନ ରହିବାକୁ ପ୍ରଧାନମନ୍ତ୍ରୀ ଦେଲେ ଆହ୍ୱାନ । ଆସନ୍ତାକାଲି ଜନତା କର୍ଫ୍ୟୁରେ ସାମିଲ ହେବାକୁ ଦେଲେ ପରାମର୍ଶ, ସେପଟେ ଦିଲ୍ଲୀରେ ସମସ୍ତ ସାମାଜିକ କାର୍ଯ୍ୟକ୍ରମ ବାତିଲ, ୫ରୁ ଅଧିକ ଲୋକ ଏକାଠି ହେବାକୁ ମନା କଲେ ମୁଖ୍ୟମନ୍ତ୍ରୀ ।

539

କନକ ବ୍ୟୁରୋ: କରୋନା ମୁକାବିଲା କରିବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି । ଏହା ସହ ଲୋକଙ୍କ ଭିତରେ ବି କରୋନାକୁ ନେଇ ସଚେତନତା ସୃଷ୍ଟି କରିବାକୁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି । ଏଭଳି ପରିସ୍ଥିତିରେ ଦିଲ୍ଲୀ, ବାଙ୍ଗାଲୋର ଆଦି ସ୍ଥାନରେ ରହୁଥିବା ଲୋକ ନିଜ ନିଜ ଘର ମୁହାଁ ହୋଇଛନ୍ତି । ଫଳରେ କେତେକ ସ୍ଥାନରେ ଦେଖିବାକୁ ମିଳିଛି । ରେଳ ଷ୍ଟେସନ ଓ ବସ୍ ଷ୍ଟାଣ୍ଡରେ ଲୋକମାନଙ୍କ ଭିଡ ଦେଖିବାକୁ ମିଳିଛି ।

ସେପଟେ ଦିଲ୍ଲୀ ସରକାର ସମସ୍ତ ପ୍ରକାର ମଲ, ଶିକ୍ଷାନୁଷ୍ଠାନ ତଥା ସର୍ବସାଧାରଣ ସ୍ଥାନ ଖୋଲିବା ଉପରେ କଟକଣା ଲଗାଇଛନ୍ତି । ଫଳରେ ସହରରେ ଥିବା ବିଭିନ୍ନ ହଷ୍ଟେଲ ଏବେ ବନ୍ଦ କରାଯାଉଛି । ତେଣୁ ପିଲାମାନେ ଘରକୁ ଫେରୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଗାଡିଚଲାଚଳ କମିଯାଇଥିବାରୁ ଏହାର ପ୍ରଭାବ ମଧ୍ୟ ଯାତ୍ରୀଙ୍କ ଉପରେ ପଡିଛି ।

ସ୍ୱଚ୍ଛତା ହିଁ କରୋନାରୁ ରକ୍ଷା ପାଇବାର ଗୋଟିଏ ବାଟ ହୋଇଥିବା ବେଳେ ଏନେଇ ପଦକ୍ଷେପ ନେଇଛନ୍ତି ଦିଲ୍ଲୀ ସରକାର । ସହରର ଏକାଧିକ ସ୍ଥାନରେ ସାଧାରଣ ପରିବହନରେ ନିୟୋଜିତ ହେଉଥିବା ସମସ୍ତ ଅଟୋ, ଟାକ୍ସିକୁ ପରିଷୋଧନ କରାଯାଉଛି । ଏନେଇ ଗାଡିର ଲମ୍ବା ଲାଇନ୍ ଲାଗିଥିବା ଦେଖିବାକୁ ମିଳିଛି । ଦେଶର ବିଭିନ୍ନ ସ୍ଥାନରେ ରାଜରାସ୍ତାଠାରୁ ଆରମ୍ଭ କରି ଦୋକାନ ବଜାର ବନ୍ଦ ରହିଛି । ବହୁ ଦେବାଦେବୀ ମନ୍ଦିର ମଧ୍ୟ ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ କରାଯାଇଛି । କେବଳ ନୀତି ସମ୍ପାଦନ ହେଉଛି ।