ମନମୋହନ ସିଂଙ୍କ ଉପରେ ମୋଦିଙ୍କ ବୟାନକୁ ନେଇ ସଂସଦରେ ହଙ୍ଗାମା ! ଗୃହରେ ପ୍ରଧାନମନ୍ତ୍ରୀ କ୍ଷମା ପ୍ରାର୍ଥନା ଦାବି କଲେ ବିରୋଧୀ

19

କନକ ବ୍ୟୁରୋ: ସଂସଦରେ ହଙ୍ଗାମା । ଆଜି ସଂସଦ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଉଭୟ ସଦନରେ ହୋହାହ୍ଲା କରିଛନ୍ତି କଂଗ୍ରେସ ସଦସ୍ୟ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ବୟାନକୁ ନେଇ ସଂସଦରେ ମୋଦିଙ୍କ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି ବିରୋଧୀ । ଉଭୟ ଲୋକସଭା ଓ ରାଜ୍ୟସଭାରେ ହଟ୍ଟଗୋଳ କରିଛନ୍ତି କଂଗ୍ରେସ ସଦସ୍ୟ । କଂଗ୍ରେସ ସାଂସଦ ଗୁଲାମନବୀ ଆଜାଦ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇ ମୋଦିଙ୍କ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି ।

ଅନ୍ୟପଟେ ମନମୋହନ ସିଂ ଏହି ମାମଲାରେ ରାଜ୍ୟସଭା ଅଧକ୍ଷ ଭେଙ୍କେୟା ନାଇଡୁଙ୍କୁ ଭେଟି ଅଭିଯୋଗ କରିଛନ୍ତି । ତେବେ ଅରୁଣ ଜେଟଲୀ କହିଛନ୍ତି ଏହି ମାମଲାରେ ସଦନରେ ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ଗୁଜରାଟ ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ନେତା ମଣିଶଙ୍କର ଆୟାରଙ୍କ ଘରେ ହୋଇଥିବା ବୈଠକରେ ପାକିସ୍ତାନର ପୂର୍ବତନ ଅଧିକାରୀଙ୍କ ସହ ମନମୋହନ ଯୋଗ ଦେବାକୁ ନିର୍ବାଚନୀ ପ୍ରସଙ୍ଗ କରିଥିଲେ ମୋଦି ।