ଘଣ୍ଟାଏ କାଳ ଟିଭି ଆଗରେ ବସିବାକୁ ବାଧ୍ୟ କଲା ପ୍ରଧାନମନ୍ତ୍ରୀଙ୍କ ଟୁଇଟ। ସମସ୍ତେ ଚାହିଁ ରହିଥିଲେ କଣ କହିବେପ୍ରଧାନମନ୍ତ୍ରୀ ମୋଦି

488

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୋଟିଏ ଟୁଇଟ ସାରା ଦେଶବାସୀଙ୍କୁ ଘଂଟାଏ କାଳ ଟିଭି ଆଗରେ ବସିରହିବାକୁ ବାଧ୍ୟ କଲା । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, କଣ କହିବେ ପ୍ରଧାନମନ୍ତ୍ରୀ । ଶେଷରେ ଟୁଇଟର ଘଂଟାଏ ପରେ ମୋଦି ରଖିଲେ ଅଭିଭାଷଣ । ମାର୍ଚ୍ଚ ୨୭, ୨୦୧୯ । ସମୟ: ସକାଳ ୧୧ଟା ୨୩ମିନିିଟ । ଆସିଲା ମୋଦିଙ୍କ ଟୁଇଟ । ଏଥିରେ ଲେଖାଥିଲା…ମୋର ପ୍ରିୟ ଦେଶବାସୀ, । ଆଜି ସକାଳ ୧୧ଟା ୪୫ମିନିଟରୁ ୧୨ଟା ମଧ୍ୟରେ ମୁଁ କିଛି ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆପଣମାନଙ୍କ ପାଇଁ ନେଇ ଆସିବି । ଆପଣମାନଙ୍କୁ ଟିଭି,ରେଡିଓ ଓ ସୋସିଆଲ ମିଡିଆ ଦେଖିବାକୁ ଅନୁରୋଧ ।

 

ପ୍ରଧାନମନ୍ତ୍ରୀ ମୋଦିଙ୍କର କିଛି ଏଭଳି ଟୁଇଟ ବୁଧବାର ସକାଳେ ଆସିବା ପରେ ସମସ୍ତେ ଦ୍ୱନ୍ଦରେ ପଡିଯାଇଥିଲେ । ଆଗକୁ ନିର୍ବାଚନ ପାଖେଇ ଆସୁଥିବାବେଳେ ମୋଦି କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ କି? ବିରୋଧୀଙ୍କୁ ଚେକ ଦେବା ପାଇଁ ମୋଦି ଆଉ କିଛି ବଡ ନିଷ୍ପତି ଶୁଣାଇବେ କି? କିଛି ଏହିଭଳି ପ୍ରଶ୍ନ ପ୍ରାୟତଃ ସମସ୍ତଙ୍କ ମନରେ ଉକ୍ରଣ୍ଠା ବଢାଉଥାଏ । ସମସ୍ତେ ଟିଭି ଆଗରେ ବସିରହିଥିଲେ । ଜାତୀୟ ଗଣମାଧ୍ୟମ ହେଉ କିମ୍ବା ଆଂଚଳିକ ଗଣମାଧ୍ୟମ ସମସ୍ତେ ଚାତକ ପରି ମୋଦିଙ୍କର ସେହି ଘୋଷଣାକୁ ଅପେକ୍ଷା କରିରହିଥାନ୍ତି । କିନ୍ତୁ ମୋଦି ଯେଉଁ ସମୟ ଦେଇଥିଲେ, ସେହି ସମୟରେ ବିଳମ୍ବ ହୋଇଥିଲା । ସମୟ ଯେତିକି ଗଡୁଥାଏ,ଉକ୍ରଂଣ୍ଠା ସେତିକି ବଢୁଥାଏ । ଟୁଇଟରରେ ଅନେକ ପ୍ରଶ୍ନ ମଧ୍ୟ କରୁଥାନ୍ତି । କଣ ଦ୍ୱିତୀୟ ଥର ପାଇଁ ନୋଟବନ୍ଦୀ ହେବ? ଏପରିକି ମାସୁଦ ଅଜହର ବିଷୟରେ ହେଉ କିମ୍ବା ନିର୍ବାଚନୀ ରଣନୀତି,ଏସବୁ ଉପରେ ଟୁଇଟରରେ ଅନେକ ଟୁଇଟ ପ୍ରକାଶ ପାଉଥାଏ ।

ମାର୍ଚ୍ଚ ୨୭, ୨୦୧୯ । ସମୟ: ସକାଳ ୧୨ଟା ୨୦ମିନିିଟ । ପ୍ରାୟ ୧ଘଂଟା ପରେ…ଦେଶବାସୀଙ୍କ ସାମ୍ନାରେ ମୋଦି ଅଭିଭାଷଣ ରଖି କୁହନ୍ତି ଯେ ଅନ୍ତରୀକ୍ଷରେ ଇତିହାସ ରଚିଛି ଭାରତ । ମାତ୍ର ୩ମିନିଟରେ ଲିଓ ସାଟେଲାଇଟ୍କୁ ମାରି ଖସାଇଛି ଭାରତୀୟ ଆଂଟି ମିସାଇଲ୍ । ଏହା ଏକ ପୂର୍ବ ନିର୍ଦ୍ଧାରିତ ଲକ୍ଷ୍ୟ ଥିଲା । ଯାହାକୁ ଭାରତୀୟ ବୈଜ୍ଞାନିକ ମାନେ ସଫଳତାର ସହ ହାସଲ କରିଛନ୍ତି । ଏଥିପାଇଁ ଭାରତ ନିର୍ମିତ ସାଟେଲାଇଟ୍କୁ ବ୍ୟବହାର କରାଯାଇଥିଲା । ଭାରତର ଏହି ମିଶନକୁ ମିଶନ ଶକ୍ତି ନାମ ଦିଆଯାଇଛି । ଏହି ସଫଳତା ସହ ଭାରତ ବିଶ୍ୱର ଚତୁର୍ଥ ରାଷ୍ଟ ଭାବେ ନା ଦର୍ଜ କରିଛି ।

http://www.ohmyindia.com/

ନିର୍ବାନଚୀ ମାହୋଲ ଭିତରେ ମୋଦିଙ୍କ ଟୁଇଟ ଯେଉଁଭଳି ଭାବେ ସମସ୍ତଙ୍କୁ ଚମକାଇଦେଲା, ତାକୁ ନେଇ ବିରୋଧୀ ମୋଦିଙ୍କୁ ଘେରିବାକୁ ଲାଗିଲେ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟୁଇଟ କରି ଡିଆରଡିଓକୁ ଶୁଭେଚ୍ଛା ଜଣାଇବା ସହ ମୋଦିଙ୍କୁ ୱାର୍ଲ୍ଡ ଥିଏଟର ଡେର ଶୁଭେଚ୍ଛା କହି ସମାଲୋଚନା କଲେ । ତେବେ ମୋଦିଙ୍କର ଗୋଟିଏ ଟୁଇଟ ଦେଶବାସୀଙ୍କୁ ଘଂଟାଏ କାଳ ଟେଲିଭିଜନ ଆଗରେ ବସିବାକୁ ବାଧ୍ୟ କରିଥିଲା । ଯାହାକୁ ନେଇ ବିରୋଧୀଙ୍କ ଟାର୍ଗେଟକୁ ପୁଣି ଆସିଯାଇଛନ୍ତି ପ୍ରଧାନମନ୍ତ୍ରୀ ।