ଆସୁଛି ବୁଲେଟ ଟ୍ରେନ୍ ! ଜାପାନ ପ୍ରଧାନମନ୍ତ୍ରୀଙ୍କ ୨ଦିନିଆ ଗସ୍ତରେ ଗୁଜୁରାଟରେ ପଡ଼ିବ ଭିତ୍ତି ପ୍ରସ୍ତର

55

MODI-ABEକନକ ବ୍ୟୁରୋ : ଭାରତ –ଜାପାନର ବନ୍ଧୁତାର ନୂଆ ଅଧ୍ୟାୟ । ରୋଡ ସୋ’ରେ ଦୁଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସିଂଜୋ ଆବେ । ପ୍ରଥମଥର ପାଇଁ ଏକ ବାହାର ଦେଶର ପ୍ରଧାନମନ୍ତ୍ରୀଙ୍କୁ ରୋଡ ସୋ କରି ସ୍ୱାଗତ କରାଯାଇଛି । ଗୁଜୁରାଟର ଅହମଦାବାଦ ଏୟାରପୋର୍ଟରୁ ସାବରମତୀ ଆଶ୍ରମ ଯାଏଁ ୮କିଲୋମିଟରର ଏହି ରୋଡ- ସୋ ଭାରତ-ଜାପାନର ୭୦ ବର୍ଷର ବନ୍ଧୁତାକୁ ପୁଣି ଏକ ସ୍ତରକୁ ନେଇଯାଇଛି ।

ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ଦୁଇ ଦିନିଆ ଗସ୍ତରେ ସବୁଠାରୁ ଚର୍ଚ୍ଚିତ ହାଇ ସ୍ପିଡ୍ ରେଲ୍ ବା ବୁଲେଟ୍ ଟ୍ରେନ୍ ପାଇଁ ଅହମଦାବାଦରେ ଭିତ୍ତିପ୍ରସ୍ତର ସ୍ଥାପନ ହେବ । ୧ଲକ୍ଷ ୧୦ହଜାର କୋଟି ବ୍ୟୟରେ ଅହମଦାବାଦରୁ ମୁମ୍ବାଇ ପର୍ଯ୍ୟନ୍ତ ୫୦୮ କିଲୋମିଟରର ଏହି ହାଇ ସ୍ପିଡ୍ ରେଳ ଲାଇନ୍ ତିଆରି କରିବ ଜାପାନ ଏବଂ ଏହି ରେଳ ଲାଇନ୍ ଉପରେ ଘଣ୍ଟାକୁ ୩୫୦ କିଲୋମିଟର ବେଗରେ ଗତି କରିବ ବୁଲେଟ୍ ଟ୍ରେନ୍ ।

modi22ସିଂଜୋ ଆବେଙ୍କୁ ସ୍ୱାଗତ କରିବା ପାଇଁ ଅହମଦାବାଦକୁ ନୂଆ ବୋହୁ ପରି ସଜେଇ ଦିଆଯାଇଛି । ଏଥିସହ ପ୍ରାୟ ୧୦ ହଜାର ସୁରକ୍ଷା କର୍ମୀଙ୍କୁ ମୁତୟନ କରି ପୁରା ସହରକୁ ପୁଲିସ୍ ଛାଉଁଣୀରେ ପରିଣତ କରିଦିଆଯାଇଛି । ଏହି ଗସ୍ତରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେବାକୁ ଯାଉଛି , ତା ହେଉଛି ମେକ୍ –ଇନ୍ –ଇଣ୍ଡିଆ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ସାମଗ୍ରୀ ତିଆରି କରିବା ପାଇଁ ଜାପାନ ଓ ଭାରତ ମଧ୍ୟରେ ମିଳିତ ଉଦ୍ୟୋଗ ଆରମ୍ଭ ହୋଇପାରେ । ଏହାଛଡା ବିଭିନ୍ନ କ୍ଷେତ୍ରରେ ସହ ଯୋଗ ବଢାଇବା ପାଇଁ ଉଭୟ ଦେସ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବ ।

ଜାପାନ ପ୍ରଧାନମନ୍ତ୍ରୀ ଓ ତାଙ୍କ ପତ୍ନୀ ଆ କି ଆବେଙ୍କୁ ଏଭଳି ଏକ ଉଚ୍ଛ୍ୱସିତ ସମ୍ବର୍ନ୍ଧନାର ଆଉ ଏକ କାରଣ ହେଉଛି–ଡୋକଲାମ ବିବାଦ ସମୟରେ ଯେତେବେଳେ ଚୀନ୍ ଯୁଦ୍ଧରେ ଧମକ ଦେଇ ଚାଲିଥିଲା, ସେତେବେଳେ ଖୋଲଖୋଲି ଭାରତର ସମର୍ଥନରେ ଆସି ମନ୍ତବ୍ୟ ଦେଇଥିଲେ ସିଂଜୋ ଆବେ ଏବଂ କହିଥିଲେ ସ୍ଥିତାବସ୍ଥାକୁ ଚୀନ୍ ଭାଂଗିବା ଉଚିତ୍ ନୁହେଁ ।

ସିଂଜୋ ଆବେଙ୍କ ଏହି ଗସ୍ତରେ ଚତୁର୍ଥ ବାର୍ଷିକ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ । କେବଳ ଋଷ ଓ ଜାପାନ ସହ ଭାରତ ପ୍ରତ୍ୟେକ ବର୍ଷ ବାର୍ଷିକ ଶିଖର ସମ୍ମିଳନୀ କରିଥାଏ ।