ଅହମ୍ମଦାବାଦରେ ମୋଦିଙ୍କ ସହ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’ ! ସାବରମତୀ ଆଶ୍ରମ ବୁଲିଲେ ନେତାନ୍ୟାହୁ

30

କନକ ବ୍ୟୁରୋ: ଗୁଜରାଟ ରାସ୍ତାରେ ବନ୍ଧୁତ୍ୱର ରୋଡ୍ ଶୋ’ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ରୋଡ୍ ଶୋ’ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଭୟ ପ୍ରଧାନମନ୍ତ୍ରୀ ଅହମଦାବାଦରେ ପହଂଚିବା ପରେ ଏହି ରୋଡ ଶୋ’ କରାଯାଇଛି । ନେତାନ୍ୟାହୁ ଦମ୍ପତି ଅହମଦାବାଦରେ ପହଂଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପରେ ଉଭୟ ନେତା ପ୍ରାୟ ୮ କିଲୋମିଟର ରୋଡ୍ ଶୋ’ରେ ସାମିଲ ହୋଇଛନ୍ତି । ଅହମଦାବାଦ ବିମାନବନ୍ଦର ଠାରୁ ଆରମ୍ଭ ହୋଇ ସାବରମତୀ ଆଶ୍ରମ ଯାଏଁ ଯାଇଛି ଏହି ବିଶାଳ ରୋଡ୍ ଶୋ’ ।

ନେତାନ୍ୟାହୁ ଓ ତାଙ୍କ ପତ୍ନୀ ସାରା ନେତାନ୍ୟାହୁଙ୍କ ସ୍ୱାଗତ ପାଇଁ ସଜେଇ ହୋଇଛି ଗୁଜରାଟ୍ । ବିଭିନ୍ନ ସ୍ଥାନରେ ମୋଦି ଓ ନେତାନ୍ୟାହୁଙ୍କ ବଡ ବଡ ହୋର୍ଡିଂ ଲାଗିଛି । ରୋଡ୍ ଶୋ’ ଯାଉଥିବା ଥିବା ରାସ୍ତା ସାରା ୪୦ରୁ ଅଧିକ ମଂଚ ପ୍ରସ୍ତୁତ ହୋଇଛି । ବିଭିନ୍ନ ରାଜ୍ୟର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପାରମ୍ପରିକ ନୃତ୍ୟ ମାଧ୍ୟମରେ ଅତିଥିଙ୍କୁ ସ୍ୱାଗତ କରାଯାଉଛି । ରୋଡ୍ ଶୋ’ ପରେ ମୋଦିଙ୍କ ସହ ନେତାନ୍ୟାହୁ ଦମ୍ପତି ସାବରମତୀ ଆଶ୍ରମ ପରିଦର୍ଶନ କରିଛନ୍ତି । ଏଥିପାଇଁ ଆଶ୍ରମର ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।