ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କରନ୍ତି ସଡ଼କ ସୁରକ୍ଷା ନିୟମର ପାଳନ, ଦେଖନ୍ତୁ ଭିଡିଓ

63

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୈାଣସି ସେଲିବ୍ରିଟି ଠାରୁ କମ୍ ନୁହଁନ୍ତି । ସେ ବହୁତ ଲୋକପ୍ରିୟ , ସୋଶିଆଲ ମିଡିଆରେ କୋଟି କୋଟି ଲୋକ ନରେନ୍ଦ୍ର ମୋଦିଙ୍କୁ ଅନୁସରଣ କରନ୍ତି । ପ୍ରଧାନମନ୍ତ୍ରୀ ଦୈନନ୍ଦିନ କାର୍ଯ୍ୟରୁ ଆରମ୍ଭ କରି ତାଙ୍କର ପରିଧାନ ପର୍ଯ୍ୟନ୍ତ ପ୍ରତ୍ୟେକ ଜିନିଷ ବିଷୟରେ ଲୋକ ଜାଣିବାକୁ ଇଚ୍ଛା ରଖନ୍ତି । ଏହି ସମୟରେ ମୋଦିଙ୍କ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ସେହି ନିୟମ ଗୁଡିକର ପାଳନ କରୁଥିବା ଦେଖିବାକୁ ମିଳିଥିଲେ ।

ପ୍ରେସ୍ ଇନଫର୍ମେସନ ବ୍ୟୁରୋ ଅଫ୍ ଇଣ୍ଡିଆ ଟ୍ୱିଟରରେ ଏହି ଭିଡିଓ ସେୟାର କରିଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ପ୍ରଧାନମନ୍ତ୍ରୀ ଅଧିକାରୀଙ୍କ ସହ ହାତ ମିଳାଇବା ପରେ ଗାଡିରେ ବସନ୍ତି ଓ ତା’ ପରେ ସର୍ବପ୍ରଥମେ ନିଜର ସିଟ୍ ବେଲ୍ଟ ଲଗାନ୍ତି । ପିଆଇବି ଏହି ଭିଡିଓକୁ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ଅଭିଯାନ ‘ସଡ଼କ ସୁରକ୍ଷା ଜୀବନ ରକ୍ଷା’ ପ୍ରତି ସଚେତନ କରିବା ପାଇଁ ସେୟାର କରିଛିି ।

 

ଯାତାୟାତ ନିୟମକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସଚେତନତାକୁ ବହୁତ ପ୍ରଶଂସା କରାଯାଉଛି । ସୋଶିଆଲ ମିଡ଼ିଆରେ ଏହି ଭିଡିଓକୁ ଏପର୍ଯ୍ୟନ୍ତ ୫ ହଜାରରୁ ଅଧିକ ପସନ୍ଦ କରାଯାଇଛି ଓ ୨ ହଜାରରୁ ଅଧିକ ଲୋକ ଏପର୍ଯ୍ୟନ୍ତ କମେଣ୍ଟ ବି କରିସାରିଲେଣି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁତାବକ, ସିଟ୍ ବେଲ୍ଟ ଲଗେଇବା ପ୍ରାଥମିକ ସଂଯମ ପ୍ରଣାଳୀ, ଯାହା ୪୫ରୁ ୬୦ ପ୍ରତିଶତ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଆଶଙ୍କାକୁ କମ୍ କରିପାରିବ । ଯେବେକି ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ ୨୦୧୭ରେ ଏକ ଅଧ୍ୟୟନ କରିଥିଲା, ଯେଉଁଥିରେ ଏହାର ଖୁଲାସା ହୋଇଥିଲା କି କେବଳ ୨୫ ପ୍ରତିଶତ ଲୋକ ହିଁ ସିଟ୍ ବେଲ୍ଟ ରେଗୁଲାର ଲଗାନ୍ତି । ସେଥିପାଇଁ ଲୋକଙ୍କୁ ଅପିଲ କରାଯାଉଛି କି ବାଇକ ଚଲାଇବା ସମୟରେ ହେଲମେଟ୍ ପିନ୍ଧନ୍ତୁ ଓ କାର ଚଲାଇବା ସମୟରେ ସିଟ୍ ବେଲ୍ଟ ବାନ୍ଧନ୍ତୁ ।