ୟୁଗାଣ୍ଡା ସଂସଦରେ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : କହିଲେ, ଭାରତ ସହ ୟୁଗାଣ୍ଡାର ରହିଛି ବହୁ ଦିନର ସମ୍ପର୍କ

31

କନକ ବ୍ୟୁରୋ : ରାୱାଣ୍ଡା ଗସ୍ତ ଶେଷ କରି ୟୁଗାଣ୍ଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୟୁଗାଣ୍ଡାରେ ପହଂଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ୟୁଗାଣ୍ଡା ରାଷ୍ଟ୍ରପତି ଯୋବେରୀ ମୁସବେନି ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଆଜି ମୋଦି ଉଗାଣ୍ଡା ସଂସଦରେ ନିଜ ଅଭିଭାଷଣ ରଖିଛନ୍ତି । ନିଜ ଭାଷଣରେ କହିଛନ୍ତି ଦୁଇ ଦେଶ ମଧ୍ୟରେ ରହିଛି ଅନେକ ବର୍ଷର ସମ୍ପର୍କ । ଦୁଇ ଦେଶ ମଧ୍ୟରେ ଶୋଷଣ ବିରୋଧରେ ସଂଘର୍ଷର ସମ୍ପର୍କ ରହିଛି । ଆଜି ଭାରତ-ୟୁଗାଣ୍ଡା ବିଜନେସ ଫୋରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ । ବିଭିନ୍ନ ମୁଖ୍ୟ ପ୍ରସଙ୍ଗ ଉପରେ ଚର୍ଚ୍ଚା କରାଯାଇଛି । ଏହି ଅବସରରେ ଦୁଇ ଦେଶର ପ୍ରତିନିଧି ସାମିଲ ଥିଲେ ।

ସେଠାରେ ରହୁଥିବା ଭାରତୀୟ ସମୁଦାୟକୁ ଭେଟିବା ସହ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ମୋଦି କହିଛନ୍ତି ୟୁଗାଣ୍ଡା ସମତେ ଆଫ୍ରିକାର ସବୁ ଦେଶ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଆମ ସସସ୍ତଙ୍କ ଆଗରେ ବିକାଶ ଏକ ବଡ ପ୍ରସଙ୍ଗ ବୋଲି ମୋଦି କହିଛନ୍ତି । ସେହିପରି ମେକ୍ ଇନ ଇଣ୍ଡିଆ ଆଜି ଦେଶର ପରିଚୟ ବଢାଇଛି । ଭାରତରେ ନିର୍ମିତ ମୋବାଇଲ ଫୋନ, କାର ଆଜି ସେହି ଦେଶରେ ବିକ୍ରି ହେଉଛି ଯେଉଁ ଦେଶରୁ ଆମେ ଏହା ପାଉଥିଲୁ । ୟୁଗାଣ୍ଡା ବିକାଶରେ ଭାରତୀୟଙ୍କ ମଧ୍ୟର ସହଭାଗିତା ରହିଛି ଏବଂ ଭାରତୀୟଙ୍କର ଏକ ବଡ ଯୋଗଦାନ ରହିଛି ବୋଲି ମୋଦି କହିଛନ୍ତି । ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ପ୍ରଥମ ଥର ପାଇଁ ଉଗାଣ୍ଡା ଗସ୍ତ କରିଛନ୍ତି । ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ମୋଦି ୟୁଗାଣ୍ଡା ଗସ୍ତ କରିଥିଲେ । ଉଗାଣ୍ଡା ଯାତ୍ରା ଶେଷ କରି ମୋଦି ଦକ୍ଷିଣ ଆଫ୍ରିକା ଗସ୍ତ କରିବେ ।