ଆମେରିକାକୁ ତା’ରି ଭାଷାରେ ଜବାବ ଦେବ ଭାରତ : ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଲାଗିବ ୧୦୦ ପ୍ରତିଶତ ଟାକ୍ସ

29

କନକ ବ୍ୟୁରୋ : ଆମେରିକାକୁ ତାରି ଭାଷାରେ ଜବାବ ଦେବ ଭାରତ । ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଲାଗିବ ୧୦୦ ପ୍ରତିଶତ ଟାକ୍ସ । ଆମେରିକା ତରଫରୁ ଆସୁଥିବା ସାମଗ୍ରୀ ଉପରେ ଟାକ୍ସ ରିହାତିକୁ ଶେଷ କରିବା ପାଇଁ ନିଷ୍ପତ୍ତି ନେଇଛି ଭାରତ । ଆମେରିକାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଆଗାମୀ ସମୟରୁ କଷ୍ଟମ ଡ୍ୟୁଟି ଲଗାଇବାର ପ୍ରସ୍ତାବ ଦେଇଛି । ଭାରତରେ ଜୁନ ୧୪ ରେ ବିଶ୍ୱ ବାଣିଜ୍ୟ ସଂଗଠନ (ଡଞଙ)କୁ ପତ୍ର ଲେଖି ଏକଥା ସ୍ପଷ୍ଟକରିଛି । ସୂଚନାଯୋଗ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୯ ମାର୍ଚ୍ଚରେ ଭାରତରୁ ରପପ୍ତାନୀ ହେଉଥିବା ସାମଗ୍ରୀ ଷ୍ଟିଲ ଓ ଆଲୁମିନିୟମ ପରି ସାମଗ୍ରୀ ଉପରେ ଅଧିକ ଟାରିଫ ଲଗାଇଥିଲେ । ଅଧିକ ଟାରିଫ ଦ୍ୱାରା ଭାରତରୁ ଆମଦାନୀ ହେଉଥିବା ଷ୍ଟିଲ ଉପରେ ୨୫ ପ୍ରତିଶତ ଓ ଆୟୁମିନିୟମ ଉପରେ ୧୦ ପ୍ରତିଶତ ଅତିରିକ୍ତ ଡ୍ୟୁଟି ଲଗାଯିବ । ୨୧ ଜୁନରୁ ଭାରତ ପାଇଁ ଏହି ନିୟମ ଲାଗୁ ହେବ ।

modi visit to amarica
photo courtesy -http://resize.indiatvnews.com

ଏହାର ଜବାବରେ ଭାରତ ମୋଟରସାଇକେଲ, କିଛି ସ୍ୱତନ୍ତ୍ର ପ୍ରକାର ଆଇରନ୍ ଓ ଷ୍ଟିଲ ସାମଗ୍ରୀ ସମେତ ୩୦ିଟି ଜିନିଷ ଉପରେ କଷ୍ଟମ ଡ୍ୟୁଟି ଲଗାଇ ଏକ ସଂଶୋଧିତ ତାଲିକା ଡବ୍ଲୁଟିଓକୁ ଭାରତ ପଠାଇଦେଇଛି । ଭାରତରେ ଏହି ସବୁ ସାମଗ୍ରୀ ଉପରେ ଲାଗୁଥିବା କଷ୍ଟମ ଡ୍ୟୁଟିକୁ ବୃଦ୍ଧି କରି ୫୦ ପ୍ରତିଶତ କରିବା ପାଇଁ ପ୍ରସ୍ତାବ ଦେଇଛି । ଭାରତରେ ୮୦୦ ସିସିରୁ ଅଧିକ କ୍ଷମତାଶାଳୀ ବାଇକ,ତାଜା ସେଓ ଓ ବାଦାମ ପରି ୩୦ଟି ସାମଗ୍ରୀ ଉପରେ ଡ୍ୟୁଟି ବଢ଼ାଇବା ପାଇଁ ନିଷ୍ପତି ନେଇଛି । ନୂଆ ନିଷ୍ପତ୍ତି ଅନୁସାରେ ଏବେ ଆମେରିକାରୁ ଆମଦାନୀ ହେଉଥିବା ୮୦୦ ସିସିରୁ ଅଧିକ ବାଇକ ଉପରେ ୫୦ ପ୍ରତିଶତ କଷ୍ଟମ ଡ୍ୟୁଟି ଲାଗିବ । ବାଦାମ ଉପରେ ୨୦ ପ୍ରତିଶତ ଓ ସେଓ ଉପରେ ୨୫ ପ୍ରତିଶତ ଡ୍ୟୁଟି ଚାର୍ଜ କରାଯିବ ।

ଏହାବ୍ୟତୀତ ଇମ୍ପୋଟ ଡ୍ୟୁଟି ୩୦ ପ୍ରତିଶତ ବଢ଼ାଇ ୧୦୦ ପ୍ରତିଶତ କରିଦିଆଯାଇଛି । ବାଦାମ ଉପରେ ଇମ୍ପୋଟ ଡ୍ୟୁଟି ୬୫ ଟଙ୍କାରୁ ବଢ଼ାଇ ୧୦୦ ଟଙ୍କା କିଲୋ କରିଦିଆଯାଇଛି । ଭାରତ ତରଫରୁ ବୃଦ୍ଧି କରାଯାଇଥିବା ଡ୍ୟୁଟି ୨୧ ଜୁନର ୁପ୍ରଭାବୀ ହେବ । ଏପରି ହେବାଦ୍ୱାରା ଡ୍ୟୁଟିରୁ ଲାଭ ଭାରତ ୨୩୮.୦୯ ମିଲିୟନ୍ ଡଲାର ରାଜସ୍ୱ ହାସଲ କରିପାରିବ ।