୬୭ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦି : ଜନ୍ମଦିନରେ ମାଙ୍କୁ ଭେଟି ନେଲେ ଆର୍ଶୀବାଦ

45

1କନକ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ । ୧୭ ସେପ୍ଟେମ୍ବର ୧୯୫୦ ମସିହାରେ ଜନ୍ମ ଗ୍ରହଣ କରିଥିବା ମୋଦି ୬୭ ବର୍ଷରେ ପାଦ ଥାପିଛନ୍ତି । ଜନ୍ମଦିନରେ ଦେଶ ବିଦେଶରୁ ମୋଦିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରତିବର୍ଷ ପରି ଆଜି ମଧ୍ୟ ମୋଦି ସକାଳୁ ନିଜ ମାଙ୍କୁ ଭେଟି ଆର୍ଶୀବାଦ ନେଇଛନ୍ତି ।

2ଜନ୍ମଦିନ ଅବସରରେ ଆଜି ମୋଦି ଦିବ୍ୟାଙ୍ଗଙ୍କୁ ଭେଟି ୧୧ ହଜାର ଉପକରଣ ବାଂଟିବା ସହ ଦିବ୍ୟାଙ୍ଗଙ୍କ ସଭାକୁ ସମ୍ବୋଧନ କରିବେ । ୧୭ ବର୍ଷ ବୟସରେ ମୋଦି ଘର ଛାଡିଥିଲେ । ଏହା ପରେ ଆରଏସଏସର କର୍ମକର୍ତା ଭାବେ କାମ କରିବା ପରେ ୨୦୦୦ ମସିହାରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ଲଗାତାର ୧୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ପରେ ୨୦୧୪ ନିର୍ବାଚନରେ ଦୀର୍ଘସମୟ ଧରି ବିଜେପିର ନିର୍ବାଚନ ପ୍ରଚାର ଦାୟିତ୍ୱ ସମ୍ଭାଳିବା ପରେ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ଭୂମିକା ଅତୁଳନୀୟ ।

ରେଡିଓରେ ମନ୍ କି ବାତ୍ କାର୍ଯ୍ୟକ୍ରମ ଆଜି ତାଂକୁ ଘରେ ଘରେ ପହଁଚାଇଛି । ମୋଦିଙ୍କ ଜନଧନ, ବେଟି ବଚାଓ ବେଟି ପଢାଓ, ଷ୍ଟାର୍ଟଅପ୍ ଇଣ୍ଡିଆ ଓ ସ୍ମାର୍ଟ ସିଟି ଭଳି ଯୋଜନା ଦେଶ ଗଠନ ପାଇଁ ଗୋଟିଏ ଗୋଟିଏ ବିକାଶର ଚିତ୍ର। ୬୭ ବର୍ଷ ବୟସରେ ବି କେବେ ଥକି ପଡନ୍ତିନି ମୋଦି । ଏବେ ବି ବିନା ପ୍ରସ୍ତୁତିରେ ଘଂଟା ଘଂଟା ଉଦବୋଧନ ଦିଅନ୍ତି । ବିଦେଶରେ ଥିବା ଭାରତୀୟଙ୍କ ପାଖରେ ବି ମୋଦି ହୋଇ ପାରିଛନ୍ତି ଜଣେ ପ୍ରିୟ ରାଜନେତା ।