ପିଏମ୍ କିଷାନ୍ ଯୋଜନା : ନିର୍ବାଚନ ପୂର୍ବରୁ ୨୦୦୦ ନୁହେଁ କୃଷକଙ୍କ ଆକାଉଣ୍ଟକୁ ଯିବ ୪୦୦୦ ଟଙ୍କା

240

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ପିଏମ କିଷାନ୍ ଯୋଜନା ଅନୁସାରେ କୃଷକଙ୍କୁ ଦୁଇ କିସ୍ତିରେ ଟଙ୍କା ପଠାଇବେ କେନ୍ଦ୍ର ସରକାର । ଏହାଦ୍ୱାରା ୨୦୦୦ ନୁହେଁ, କୃଷକଙ୍କ ଆକାଉଂଟରରେ ସିଧାସଳଖ ଭାବେ ୪୦୦୦ ଟଙ୍କା ପହଞ୍ଚିଯିବ । କୃଷି ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଗତ ବୁଧବାର ଏନେଇ ସୂଚନାର ଦେଇଛନ୍ତି । ଅନ୍ତରୀଣ ବଜେଟରେ ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ ପ୍ରଧାନମନ୍ତ୍ରୀ କୃଷଖ ସମ୍ମାନ ନିଧି ଯୋଜନା ଘୋଷଣା କରଥିଲେ, ଯାହାଦ୍ୱାରା ୧୨ କୋଟି ୟୁଦ୍ର ଓ ସୀମାନ୍ତ ଚାଷୀଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କାର ପ୍ରଦାନ କରାଯିବ । ଏହି ରାଶି ୩ଟି କିସ୍ତିିରେ ପ୍ରଦାନ କରାଯିବ । ଦୁଇ ହେକ୍ଟର ଜମି ଥିବା କୃଷକ ଏହା ଯୋଜନାରେ ଲାଭବାନ ହୋଇପାରିବେ ।

http://bwdisrupt.businessworld.in

ବର୍ତ୍ତମାନ ଏହି ଯୋଜନା ପାଇଁ ରାଜ୍ୟ ସରକାର ଚାଷୀଙ୍କୁ ଚିହ୍ନଟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ହିତାଧିକାରୀଙ୍କ ତାଲିକା ଖୁବ୍ ଶୀଘ୍ର ପ୍ରସ୍ତୁତ ହୋଇଯିବ । ଏହି ଯୋଜନା ଚଳିତ ଆର୍ଥିକ ବର୍ଷରେ ଅର୍ଥାତ ୨୦୧୮ ଡିସେମ୍ବର ୧ରୁ ଆରମ୍ଭ କରାଯିବ ଏବଂ ୨୦୧୯ ମାର୍ଚ୍ଚ ଯାଏଁ ସହାୟତା ପ୍ରଥମେ ୨୦୦୦ ଟଙ୍କା କିସ୍ତି ଭାବରେ ଦିଆଯିବ ବୋଲି କହିଥିଲେ ପୀୟୁଷ ଗୋଏଲ୍ ।

ସୂଚନାଯୋଗ୍ୟ କେନ୍ଦ୍ର ସରକାର ଗତ ଗୁରୁବାର ଦିନ ଏକ ପୋର୍ଟାଲ ଲଂଚ କରିଛନ୍ତି । http://pmkisan.nic.in ପୋର୍ଟାଲରେ କୃଷକଙ୍କ ଯୋଜନା ସହ ଜଡ଼ିତ ସମସ୍ତ ତଥ୍ୟ ପ୍ରଦାନ କରାଯାଉଛି । ଆପଣ ମୋବାଇଲ, ଲାପଟପ୍ ଓ କମ୍ପ୍ୟୁଟରରେ ଏହି ୱେବସାଇଟକୁ ଖୋଲିପାରିବେ । କେଉଁ ରାଜ୍ୟର କୃଷକମାନେ ଏହି ଯୋଜନାରେ ଲାଭ ପାଇପାରିବେ ଆଉ କେଉଁମାନେ ପାଇବେ ନାହିଁ ତାହା ମଧ୍ୟ ପୋର୍ଟାଲରୁ ଜାଣିପାରିବେ। ଆପଣ ଘରେ ବସି ବସି ଜାଣିପାରିବେ ଏହି ଯୋଜନାରେ ଆପଣ ଲାଭ ଉଠାଇ ପାରିବେ କି ନାହିଁ ।