ଲଂଚ ହେଲା ପିଏମ କିଷାନ୍ ଯୋଜନାର ୱେବସାଇଟ୍ ! ଘରେ ବସି ଜାଣିପାରିବେ ଆପଣଙ୍କୁ ମିଳିବ କି ନାହିଁ ୬,୦୦୦ ଟଙ୍କା ?

1,321

କନକ ବ୍ୟୁରୋ : ମୋଦି ସରକାର ଲୋକସଭା ନିର୍ବାଚନ ପୂର୍ବରୁ କୃଷକଙ୍କୁ ଆକର୍ଷିତ କରିବା ପାଇଁ ଅନ୍ତରୀଣ ବଜେଟରେ ୬୦୦୦ଟଙ୍କା ପ୍ରଦାନ କରିବାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ଗତ ଗୁରୁବାର ଦିନ ଏକ ପୋର୍ଟାଲ ଲଂଚ କରିଛନ୍ତି । http://pmkisan.nic.in  ପୋର୍ଟାଲରେ କୃଷକଙ୍କ ଯୋଜନା ସହ ଜଡ଼ିତ ସମସ୍ତ ତଥ୍ୟ ପ୍ରଦାନ କରାଯାଉଛି । ଆପଣ ମୋବାଇଲ, ଲାପଟପ୍ ଓ କମ୍ପ୍ୟୁଟରରେ ଏହି ୱେବସାଇଟକୁ ଖୋଲିପାରିବେ । କେଉଁ ରାଜ୍ୟର କୃଷକମାନେ ଏହି ଯୋଜନାରେ ଲାଭ ପାଇପାରିବେ ଆଉ କେଉଁମାନେ ପାଇବେ ନାହିଁ ତାହା ମଧ୍ୟ ପୋର୍ଟାଲରୁ ଜାଣିପାରିବେ। ଆପଣ ଘରେ ବସି ବସି ଜାଣିପାରିବେ ଏହି ଯୋଜନାରେ ଆପଣ ଲାଭ ଉଠାଇ ପାରିବେ କି ନାହିଁ । ସରକାର ଏହି ଯୋଜନାକୁ ଶୀଘ୍ର ଲାଗୁ କରିବା ପାଇଁ ବିଭିନ୍ନ ସଂସ୍ଥା ଗୁଡିକର ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ।

ଏହି ସହାୟତା ରାଶି ୩୧ ମାର୍ଚ୍ଚ ପର‌୍ୟ୍ୟନ୍ତ କୃଷକଙ୍କ ଖାତାରେ  ପ୍ରଥମ କିସ୍ତି ୨-୨ହଜାର ଟଙ୍କା ପହଂଚିଯିବ । ଯୋଗ୍ୟ ଚାଷୀଙ୍କ ଏକ ତାଲିକା ପ୍ରସ୍ତୁତ କରି ଏହି ପୋର୍ଟାଲରେ ୨୫ ଫେବୃଆରୀ ପର‌୍ୟ୍ୟନ୍ତ ଅପଲୋଡ କରିବା ପାଇଁ ରାଜ୍ୟ ଗୁଡ଼ିକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ଫେବୃଆରୀ ୨୫ ମଧ୍ୟରେ କୃଷକଙ୍କ ତାଲିକା ଅପଲୋଡ କଲେ, ଖୁବଶୀଘ୍ର କୃଷକମାନେ ନିଜ ନାମ ଦେଖି ପାରିବେ ଏବଂ ସେମାନଙ୍କୁ ଲାଭ ମଧ୍ୟ ମିଳି ପାରିବ ।

https://www.straitstimes.com

ଏହି ଯୋଜନାରେ ଯୋଗ୍ୟ ବିବେଚିତ ହେଉଥିବା କୃଷକଙ୍କ ଖାତାରେ ୨-୨ ହଜାର ଟଙ୍କା ଜମା କରିବା ପାଇଁ ମାର୍ଚ୍ଚ ୩୧ ପର‌୍ୟ୍ୟନ୍ତ ସମୟ ଦିଆଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି । ଫେବୃଆରୀରୁ ଟଙ୍କା ଟ୍ରାନ୍ସଫର କରିବା ପ୍ରକ୍ରିୟା ଆରମ୍ଭ  ହୋଇଯାଇଛି ବୋଲି ମଧ୍ୟ ସେ କହିଛନ୍ତି । ଏହି ଯୋଜନା ଦ୍ୱାରା ଦେଶର ୧୨ କୋଟି କୃଷକ ଉପକୃତ ହେବେ ।