ହିମାଚଳ ପ୍ରଦେଶରେ ଲଜ୍ଜାକର ଘଟଣା ! ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ ସମୟରେ ଦଳିତ ଛାତ୍ରଙ୍କୁ ଘୋଡାଶାଳରେ ବସାଇଲେ ଶିକ୍ଷକ

59

ପରୀକ୍ଷା ପାଇଁ ଗତ ୧୬ ତାରିଖ ଦିନ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଛାତ୍ରଛାତ୍ରୀମାନେ ପରୀକ୍ଷା ସମୟରେ କିପରି ଚାପରୁ ମୁକ୍ତି ପାଇବେ ସେ ନେଇ ଅନେକ କଥା କହିଥିଲେ । ଗୋଟିଏ ପଟେ ମୋଦି ପିଲାଙ୍କୁ ମୋଦି ଦେଉଥିଲେ ଟିପ୍ସ କିନ୍ତୁ ଅନ୍ୟପଟେ ସେହି ସମୟରେ ହିଁ ଘଟିଥିଲା ଲଜ୍ଜାଜନକ ଘଟଣା । ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାର ଏକ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରମାନେ ‘ପରୀକ୍ଷା ପର ଚର୍ଚ୍ଚା’ ସମୟରେ ସେମାନଙ୍କୁ ଘୋଡାଶାଳରେ ବସିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ଆଣିଛନ୍ତି । କୁଲ୍ଲୁ ଜିଲ୍ଲା ଚେଷ୍ଠା ଗ୍ରାମ ପଂଚାୟତର ସ୍କୁଲ ପ୍ରବନ୍ଧକ ଶୁକ୍ରବାର ନିଜ ଘରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରୀକ୍ଷା ଉପରେ ଚର୍ଚ୍ଚା ର ପ୍ରସାରଣ ଦେଖାଇବାର ବ୍ୟବସ୍ଥା କରିଥିଲେ । ସୂଚନାନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ କିଛି ଦଳିତ ଛାତ୍ରମାନେ ଡେପୁଟି କମିଶନରଙ୍କ ନିକଟରେ ଅଭିଯୋଗ ଆଣିଥିଲେ । ମେହେରଚନ୍ଦ ନାମକ ଶିକ୍ଷକ ଟିଭିର ପ୍ରସାରଣ ସମୟରେ ଘର ବାହାରେ ଘୋଡାଶାଳରେ ବସିବାକୁ କହିଥିଲେ ଏବଂ ସେଠାରୁ ନ ଉଠିବାକୁ ଚେତାବନୀ ମଧ୍ୟ ଦେଇଥିଲେ ।

ମଧ୍ୟାହ୍ନ ଭୋଜନ ସମୟରେ ମଧ୍ୟ ଜାତିଗତ ଭେଦଭାବ କରାଯାଇଥିବାର ଛାତ୍ରମାନେ ଅଭିଯୋଗ କରିଥିଲେ । ସେମାନେ ଅଭିଯୋଗ ପତ୍ରରେ ଲେଖିଥିଲେ କି ଅନୁସୂଚିତ ଜାତିର ଛାତ୍ରମାନଙ୍କୁ ଅଲଗା ବସିବାକୁ କୁହାଯାଉଥିଲା , ପ୍ରଧାନ ଶିକ୍ଷକ ସେହି ମାମଲାରେ କିଛି କହୁନଥିଲେ । ସେମାନଙ୍କୁ ଅସ୍ପୃଶ୍ୟତାର ଶିକାର ହେବାକୁ ପଡୁଥିଲା । ଏହି ଘଟଣାର କଥିତ ଭିଡ଼ିଓ କ୍ଲିପ୍ ସାମ୍ନାକୁ ଆସିଲା ପରେ ଏକ ସ୍ଥାନୀୟ ସଂଗଠନ ଅନୁସୂଚିତ ଜାତି କଲ୍ୟାଣ ସଂଘ, ସ୍କୁଲ ପ୍ରଧାନ ଶିକ୍ଷକ ରାଜନ ଭରଦ୍ୱାଜ ଓ ସହାୟକ ପ୍ରବନ୍ଧକ ଜଗଦୀଶ ପଠାନିୟାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି । ସଂଗଠନର ସଦସ୍ୟ କହିଛନ୍ତି କି ପ୍ରଧାନ ଶିକ୍ଷକ ଘଟଣାର ପୁଷ୍ଟିକରଣ କରିଛନ୍ତି ଓ କ୍ଷମା ମାଗିଛନ୍ତି । ରାଜ୍ୟ ଶିକ୍ଷା ମନ୍ତ୍ରୀ ସୁରେଶ ଭାରଦ୍ୱାଜ କହିଛନ୍ତି କି ଏହି ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜ୍ୟ ସରକାର ସ୍ଥାନୀୟ ପ୍ରଶାସନକୁ ଘଟଣାର ରିପୋର୍ଟ ମାଗିଛନ୍ତି ଓ ଯାଂଚର ଆଦେଶ ଦେଇଛନ୍ତି ।