ସ୍ୱାମୀଙ୍କ କାନ୍ଧରେ ସ୍ତ୍ରୀଙ୍କ ଶବ ବୁହା ଘଟଣା : ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲେ ପ୍ରଧାନମନ୍ତ୍ରୀ

41

କନକ ବ୍ୟୁରୋ : କଳାହାଣ୍ଡିରେ ସ୍ୱାମୀ କାନ୍ଧରେ ସ୍ତ୍ରୀ ଶବ ବୁହା ଘଟଣାରେ ନବୀନଙ୍କୁ କୈଫିୟତ ମାଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚିଠି ଆସିଥିବା ସୂଚନା ମିଳିଛି । ଏହି ଖବର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ଗତ ୨୪ ତାରିଖ ଦିନ ନିଜ ସ୍ତ୍ରୀର କଳାହାଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମୃତ୍ୟୁ ଘଟିବା ପରେ ନିଜ ଭିଟାମାଟିକୁ ସ୍ତ୍ରୀର ଶବକୁ କାନ୍ଧରେ ବୋହି ଚାଲିବା ଆରମ୍ଭ କରିଥିବା ଦାନ ମାଝି । ପ୍ରାୟ ୧୦ କିଲୋମିଟର ସେ ଏଭଳି ଚାଲି ଚାଲିଯାଇଥିଲା । ଏହି ଖବର ଜାତୀୟ ଓ ଆନ୍ତର୍ଜାତୀୟ ଗଣମାଧ୍ୟମରେ ମୁଖ୍ୟ ଶୀର୍ଷକ ସାଜିଥିଲା ।