ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ !

29

କନକ ବ୍ୟୁରୋ : ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ । ଦିନ ୧୧ଟାରେ ପରୀକ୍ଷା ଫଳ ବାହାରିବା ନେଇ ଘୋଷଣା କରାଯାଇଛି । ନୂତନ ଭାବେ ଗଣଶିକ୍ଷା ବିଭାଗ ଦାୟିତ୍ୱ ନେଇଥିବା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଫଳ ଘୋଷଣା କରିବେ । ଛାତ୍ରଛାତ୍ରୀ ନିଜର ରେଜଲ୍ଟ ୱେବ୍ ସାଇଟ ମାଧ୍ୟମରେ ପାଇ ପାରିବେ । ଡବ୍ଲ୍ୟୁଡବ୍ଲ୍ୟଡବ୍ଲ୍ୟୁ ଡଟ୍ ସିଏଚସିଇ ଓଡିଶା ଡଟ୍ ଏନଆଇସି ଡଟ୍ ଇନ ଓ ଡବ୍ଲ୍ୟୁଡବ୍ଲ୍ୟଡବ୍ଲ୍ୟୁ ଡଟ୍ ଓଡିଶା ରେଜଲ୍ଟସ ଡଟ୍ ଏନଆଇସି ଡଟ୍ ଇନରେ ନିଜର ରେଜଲ୍ଟ ଜାଣି ପାରିବେ ଛାତ୍ରଛାତ୍ରୀ । ଚଳିତ ବର୍ଷ ରାଜ୍ୟର ପାଖାପାଖି ୯୨ ହଜାର ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଛନ୍ତି ।