ଯୁକ୍ତ ଦୁଇ ଚ୍ୟାଲେଞ୍ଜ୍

56

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଯୁକ୍ତ ତିନି ଠାରୁ ଅଲଗା ହେବ ଯୁକ୍ତ ଦୁଇ । ସୋମବାର ରାଜ୍ୟ ସଚିବାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଦୀର୍ଘ ୨୭ ବର୍ଷ ହେଲା ଲଟକି ଥିବା ପ୍ରସ୍ତାବ ଉପରେ ଶେଷରେ ମୋହର ଲାଗିଛି । ଏହାଛଡା ଅନ୍ୟ ଏକ ନିଷ୍ପତିରେ ଚଳିତବର୍ଷଠାରୁ ସିବିଏସଇ ଢାଂଚାରେ ଯୁକ୍ତ ଦୁଇରେ ପାଠପଢା ହେବ । ଯୁକ୍ତ ଦୁଇ ଶିକ୍ଷାରେ ବ୍ୟାପକ ସଂସ୍କାର ଅଣାଯାଇଛି ତେବେ ସଂସ୍କାରଗୁଡିକ କାର୍ଯ୍ୟକାରୀ ହେବା ନେଇ ଏବେ ପ୍ରଶ୍ନ ଉଠିଛି ।

ଉଚ୍ଚଶିକ୍ଷା ବିଭାଗଠାରୁ ଅଲଗା ହେବାପରେ ଯୁକ୍ତ ଦୁଇରେ ଛାତ୍ରଛାତ୍ରୀ ମାନେ ବିଶେଷ ଲାଭ ପାଇବେ ସତ କିନ୍ତୁ ବିଭାଗ ତଥା ଶିକ୍ଷା ପ୍ରଣାଳୀରେ ବିଭିନ୍ନ ସମସ୍ୟା ମଧ୍ୟ ଉପୁଜିବ।

– ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜଗୁଡିକ ଅଲଗା ହେବା ପରେ ଆବଶ୍ୟକ ଭିତିଭୂମିର ଆବଶ୍ୟକତା ପଡିବ ।

– ଲାବରୋଟରୀଠାରୁ ଆରମ୍ଭ କରି କ୍ଲାସରୁମର ଅଭାବ ପରିଲିକ୍ଷିତ ହେବ ।

– ଯୁକ୍ତ ଦୁଇରେ ଅଧ୍ୟାପକମାନଙ୍କ ଅଭାବ ମଧ୍ୟ ଦେଖାଯିବ ।

– ସିବିଏସଇ ଢାଂଚାରେ ପାଠ୍ୟକ୍ରମ ହେଲେ ଅଧ୍ୟାପକଙ୍କୁ ତାଲିମର ଆବଶ୍ୟକତା ରହିବ ।

– ନୂତନ ସିବିଏସଇ ଢାଂଚାରେ ହେବାକୁ ଥିବା ପାଠ୍ୟକ୍ରମ ଲାଗି ଏପର୍ଯ୍ୟନ୍ତ ପୁସ୍ତକ ପ୍ରକାଶନ ହୋଇନାହିଁ ।

– ଚଳିତ ବର୍ଷ ହେବ ଏକାଦଶ ପରୀକ୍ଷା, ଛାତ୍ରଛାତ୍ରୀମାନେ ମାନସିକ ଭାବେ ପ୍ରସ୍ତୁତ ହୋଇନଥିବେ ।

ଯୁକ୍ତ ଦୁଇ ପୃଥକୀକରଣ ନେଇ ୨୭ ବର୍ଷ ହେଲା ଫାଇଲ ଗଡିଲାପରେ ଶେଷରେ ଏହା ସ୍ୱୀକୃତି ପାଇଛି । ତେବେ ରାଷ୍ଟ୍ରିୟ ମାଧ୍ୟମିକ ଶିକ୍ଷା ଅଭିଯାନରେ କେନ୍ଦ୍ରୀୟ ଅନୁଦାନରୁ ଏଣିକି ଓଡିଶା ବଂଚିତ ହେବନାହିଁ । ରାମସା ଓ ରୁସା କେନ୍ଦ୍ରୀୟ ସଂଗଠନରୁ ଆସୁଥିବା ଅନୁଦାନ ପାଇଁ ସିଧାସଳଖ ଲାଭବାନ ହେବ ଯୁକ୍ତ ଦୁଇ ।