କଲେଜ କ୍ୟାମ୍ପସରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ! ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଙ୍କୁ କଲେଜ ଛାତ ଉପରେ ଦୁଷ୍କର୍ମ କଲେ ଦ୍ୱିତୀୟ ବର୍ଷର ୩ ଛାତ୍ର

45

କନକ ବ୍ୟୁରୋ: କଲେଜ କ୍ୟାମ୍ପସରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ସୁନ୍ଦରଗଡ଼ ବଡ଼ଗାଁ ପଂଚାୟତ ସମିତି କଲେଜର ଜଣେ ଯୁକ୍ତଦୁଇ ପ୍ରଥମବର୍ଷ ଛାତ୍ରୀଙ୍କୁ ସେହି କଲେଜର ଯୁକ୍ତଦୁଇ ଦ୍ୱିତୀୟବର୍ଷରେ ପାଠପଢୁଥିବା ତିନିଜଣ ଛାତ୍ର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଭିର୍ତ୍ତି କରି ପୁଲିସ୍ ୩ଜଣଙ୍କୁ ଗିରଫ କରିଛି । କଲେଜ ଛାତ ଉପରକୁ ନେଇ ଏମାନେ ଦୁଷ୍କର୍ମ କରିଥିବା ବଡ଼ଗାଁ ଥାନାରେ ଅଭିଯୋଗ କରିଛନ୍ତି ପୀଡିତା ଓ ତାଙ୍କ ବାପା ।

ରାଜଗାଙ୍ଗପୁର ଏସଡିପିଓ ବିଜୟ ନାୟକଙ୍କ ସମେତ ସୁନ୍ଦରଗଡ ଏସପି ପିନାକ ମିଶ୍ର ବଡ଼ଗାଁ ଥାନାରେ ପହଂଚି ମାମଲାର ତଦନ୍ତ କରୁଛନ୍ତି । ସୁନ୍ଦରଗଡରେ ଗତକାଲି ଅପରାହ୍ନରେ ଘଟିଥିବା ଏହି ଲଜ୍ଜାଜନକ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । କଲେଜ କ୍ୟାମ୍ପସରେ କିଭଳି ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରାଗଲା ଏବଂ ଏସଂପର୍କରେ କଲେଜ କର୍ତ୍ତୃପକ୍ଷଙ୍କ ନୀରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-